Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକାଶ ଆଢୁଆଳରେ ଦୁର୍ଗମ, ପାହାଡିଆ ଗାଁକୁ ଯିବାକୁ ନାହିଁ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିକାଶ ଆଢୁଆଳରେ ଦୁର୍ଗମ, ପାହାଡିଆ ଗାଁକୁ ଯିବାକୁ ନାହିଁ ରାସ୍ତା

ଅର୍ଗସ ବ୍ୟୁରୋ:  ଗାଁକୁ ନାହିଁ ରାସ୍ତା। ଜଙ୍ଗଲ ମଧ୍ୟରେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ଅଞ୍ଚଳବାସୀ। ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଯିବାପାଇଁ ଜଙ୍ଗଲ ରାସ୍ତାହିଁ ଏକ ମାତ୍ର ସାହା ଭରସା। କୋରାପୁଟ କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ବୁରିଭଟା ଠାରୁ ବାରବନ୍ଧା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନିୟ। ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ଫଳ ଶୂନ। ପୂର୍ବ ବିଜେଡି ସରକାର ଗାଁ ର ବିକାଶ ଓ ଶିକ୍ଷାର ମାନ ଦଣ୍ଡ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରି ବିକାଶର ସ୍ବପ୍ନ ଦେଖାଥିଲେ କିନ୍ତୁ ଏ ହେଉଛି ଅସଲ ବିକାଶର ଚିତ୍ର।

ରାସ୍ତାଟି କୁନ୍ଦୁରା ବ୍ଲକକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଯୋଗୁଁ ଗ୍ରାମବାସିଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସି। ଗାଁରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ନ ଥିବା ଯୋଗୁଁ ଜଙ୍ଗଲ ରାସ୍ତା ଓ ଗୋଡି ମାଟି ରାସ୍ତା ଅତିକ୍ରମ କରି ବୁରିଭୋଟା ଗ୍ରାମର 30 ରୁ ଉର୍ଦ୍ଧ ପିଲାମାନେ ପ୍ରତି ଦିନ ବାରଵନ୍ଧା ଅଙ୍ଗନବାଡ଼ି ଓ ବିଦ୍ୟାଳୟକୁ ଯାଆନ୍ତି।  ରାସ୍ତାର ଅବସ୍ଥା ଅତିଶୋଚନିୟ ଥିବା ସହ ଜଙ୍ଗଲ ରାସ୍ତା ଦେଇ ଯିବା ସମୟରେ ଜଙ୍ଗଲିଜନ୍ତୁଙ୍କ ଭୟ ଘାରିଥାଏ। ତେବେ ବର୍ଷା ଦିନ ହେଲେ ବିଦ୍ୟାଳୟ ଯିବା ସମ୍ଭବ ହୁଏ ନାହିଁ। ପୂର୍ବତନ ବିଜେଡି ଶାସନ ସମୟରେ ଦୁର୍ଦଶା ଭଗୁଥିଲେ ଗ୍ରାମବାସି, କିନ୍ତୁ ରାଜ୍ୟରେ ବର୍ତମାନ ନୁଆଁ ସରକାର ଆସିଛି ଓ ଗ୍ରାମବାସି ମାନେ ଆଶା ରଖିଛନ୍ତି ନୁଆଁ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no road to reach the hilly villages | Argus News