Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉପାନ୍ତରେ ଆଣ୍ଠେଇଛି ବିକାଶ, ଗାଁକୁ ନାହିଁ ରାସ୍ତା

Odisha

ଉପାନ୍ତରେ ଆଣ୍ଠେଇଛି ବିକାଶ, ଗାଁକୁ ନାହିଁ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉପାନ୍ତରେ ଆଣ୍ଠେଇଛି ବିକାଶ, ଗାଁକୁ ନାହିଁ ରାସ୍ତା

ଅର୍ଗସ ବ୍ୟୁରୋ:  ପାହାଡ, ଜଙ୍ଗଲ ଭିତରେ ହଜି ଯିବାକୁ ବସିଛି ଜୀବନ...ମୌଳିକ ସମସ୍ୟା ଉପରେ ଭାରି ପଡୁଛି ରାସ୍ତା କଷ୍ଟ । କୋରାପୁଟ ଲକ୍ଷ୍ମପୁର ବୁର୍ଜା ଗ୍ରାମପଞ୍ଚାୟତ କୁତୁକା ଝୋଲା ଗାଁ।  ଗାଁକୁ  ଆଜିବି ପକ୍କା ରାସ୍ତା ଅପହଞ୍ଚ। ଆଜିବି ପାହାଡ ଘଞ୍ଚ ଜଙ୍ଗଲ ଦେଇ ଯାତାୟାତ କରନ୍ତି ଅଞ୍ଚଳବାସୀ। ବର୍ଷା ସମୟରେ ଏହି ରାସ୍ତାରେ ଯିବା ମୁସ୍କିଲ ହୋଇ ପଡେ।  ମାତ୍ର ରାସ୍ତା ନଥିବାରୁ ଏହି ରାସ୍ତା ଭରସାରେ ବର୍ଷ ବର୍ଷ ବିତାଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତା ପାଇଁ  କୁତୁକାଝୋଲା ଗ୍ରାମବାସୀ ମାନେ ପୂର୍ବ ସରକାର ଥିବା ସମୟରେ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପାଖକୁ ଦୋଉଡ଼ି ଦୋଉଡି ନୟାନ୍ତ ହେଲେ ସିନା ହେଲେ ପକ୍କା ରାସ୍ତା ଖଣ୍ତେ ପାଇ ପାରିଲେନି।

24 ବର୍ଷର ବିଜେଡି ସରକାର ର ସ୍ଲାଗାନ ଥିଲା ମାଆ କୁ ସମ୍ମାନ ଗାଁକୁ ରାସ୍ତା ବୋଲି କିଂନ୍ତୁ ସ୍ଲାଗାନ ସ୍ଲାଗାନରେ ରହିଗଲା। କୁତୁକା ଝୋଲାବାସୀଙ୍କ ପାଇଁ ପୂର୍ବ ସରକାରଙ୍କର ଯୋଜନା କେବଳ ଖାତା କଲମ ଭିତରେ ରହିଗଲା। ତେବେ ନୁଆ ସରକାର ରାସ୍ତା ଟିଏ ଯୋଗାଇବେ ବୋଲି ଏ ଅଞ୍ଚଳବାସୀ ଆଶାବାଦୀ। ଏନେଇ ଆମେ ଲଷ୍ମୀପୁର ବିଡ଼ିଓ ଙ୍କ ପାଖକୁ ଯାଇ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିଲା ନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
there is no road to the village | Argus News