Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରଙ୍କ ମାଳମାଳ ଯୋଜନା ଏଠି ଫେଲ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସରକାରଙ୍କ ମାଳମାଳ ଯୋଜନା ଏଠି ଫେଲ...

ଅର୍ଗସ ବ୍ୟୁରୋ:  ଏ କୌଣସି ବୁଢୀମା କାହାଣୀ କି ଗପ ନୁହଁ । ଏହେଉଛି ବିକାଶର ମାନଚିତ୍ରରେ ହଜି ଯାଇଥିବା ଗାଁ ଜୁରାପଟାର ଦୃଶ୍ୟ । ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତର ଅଭିଶପ୍ତ ଗାଁ ଜୁରାପଟା । ଏଠି ପାଣି ମୁନ୍ଦେ ଲାଗି ଘାଟି ପାହାଡ ରାସ୍ତାରେ ଯିବାକୁ ପଡେ । ତା ବି ଚୁଆର ଗୋଳିଆ ପାଣି ପାଇଁ । ବସୁଧା ଯୋଜନା ଏଠି ଅଛି ସତ, ମାତ୍ର ତାହା ସମୁଦ୍ରକୁ ଶଙ୍ଖେ । ଗ୍ରୀଶ୍ମର ପ୍ରାରମ୍ଭରେ ଏହି ଦୟନୀୟ ଅବସ୍ତା , ଯାହାକି ନିଜ ଆଖିରେ ନଦେଖିଲେ ବିଶ୍ଵାସ କରିହେବନି । ଶିକ୍ଷା ପାଇଁ ପୋଡଶୀ ଗାଁକୁ ଚାଲିକି ଯିବାକୁ ପଡେ।

ସ୍ବାସ୍ଥ୍ୟ ସେବା ଏମାନକ ଲାଗି ଅଭିଶାପ ଦୀର୍ଘ ପାଞ୍ଚ କିଲୋମିଟର ଏହି ରାସ୍ତା ଦେଇ ଡରାବ ଗାଁକୁ  ଗଲେ 108 କୁ ପାଇବେ । ରାସ୍ତାର ଅବସ୍ଥା ଦେଖି ଆମ୍ବୁଲାନ୍ସ ଏଠିକି ଆସିବାକୁ ଭୟ କରେ । ବିଶ୍ଵ ପ୍ରସିଦ୍ଧ ଜିରାଙ୍ଗ ବୌଦ୍ଧ ମନ୍ଦିର ଠାରୁ ମାତ୍ର 12 କିଲୋମିଟର ଦୁର ରେ ଅବସ୍ଥିତ  ଏହି ଗାଁରେ ବିକାଶ ପହଞ୍ଚିବା ପାଇଁ ହୋଇଛି ବାଟବଣା । ନାହିଁ ନାହିଁର ଗାଁ ଜୁରାପଟା । ଏଠି ରାସ୍ତା, ପାଣି, ଆବାସ, ଶିକ୍ଷା ଭଳି ସୁବିଧା ଅପହଞ୍ଚ। ସରକାରୀ ଯୋଜନା ଏବେବେ ଏମାନଙ୍କ ପାଇଁ ସାତ ସପନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no road to walk or water to drink | Argus News