Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଆଳୁ ଅଭାବ ନାହିଁ କେବଳ କୃତ୍ରିମ ଅଭାବ ସୃଷ୍ଟି କରି ଦର ବୃଦ୍ଧି କରାଯାଉଛି

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ ଆଳୁ ଅଭାବ ନାହିଁ କେବଳ କୃତ୍ରିମ ଅଭାବ ସୃଷ୍ଟି କରି ଦର ବୃଦ୍ଧି କରାଯାଉଛି

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ଆଳୁ ଦର 26 ଭୁବନେଶ୍ୱର ରେ 30 ରୁ35 ମଧ୍ୟରେ ରହିଛି । ଜନସାଧାରଣ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ରାଜ୍ୟରେ ଆଳୁ ଭରପୁର ମହଜୁଦ ଅଛି  ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ଆମେ ଉତ୍ତରପ୍ରଦେଶରୁ ଆଳୁ ଆଣିବାରୁ ପଶ୍ଚିମବଙ୍ଗରେ ବ୍ୟବସାୟୀମାନେ ଘାଟାରେ ପଡିଲେ  ସେଥିପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି । ଆମେ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇ ରହିପାରିବୁ ନାହିଁ । ଯେଉଁଠି ସୁବିଧା ହେବ ସେଠୁ ଆଳୁ ଆଣିବୁ । 

୫ଦିନ ଭିତରେ ଦୁଇଟି ଆଳୁ ଟ୍ରେନ ଆସୁଛି । ୪୮ ହଜାର କୁଇଣ୍ଟାଲ ଆଳୁ ଆସି ପହଞ୍ଚିବ ବୋଲି କହିଛନ୍ତି  ମନ୍ତ୍ରୀ ଏନେଇ ଗତକାଲି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଆଳୁ ବ୍ୟାପକ ପରିମାଣରେ ରଖିଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କୃତ୍ରିମ ଅଭାବ ଦେଖେଇ ଦର ବୃଦ୍ଧି କରାଯାଉଛି । ଯେଉଁ ମାନେ ଏମିତି କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no shortage of potatoes in the state, but prices are being increased by creating an artificial shortage | Argus News