ରାସ୍ତା ନାହିଁ, ଖଟିଆରେ ବୁହା ହୋଇ ମେଡିକାଲ ଗଲେ ରୋଗୀ

ଅର୍ଗସ ବ୍ୟୁରୋ: ରାସ୍ତା ନାହିଁ, ଖଟିଆରେ ବୁହା ହୋଇ ମେଡିକାଲ୍ ଗଲେ ରୋଗୀ, ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ଗାଁ ବାସୀନ୍ଦାଙ୍କ ସହିତ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ଏରେଗାଣ୍ଡା ଗାଁରେ। ଏହି ଗାଁର ପୂର୍ଣ୍ଣଚନ୍ଦ୍ର ପ୍ରାସ୍କା ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଦିନକୁ ଦିନ ଅଵସ୍ଥା ଗମ୍ଭୀର ହେବାରେ ଲାଗିଲା ଏଣୁ ମେଡ଼ିକାଲ ନେବାପାଇଁ ପରିବାର ବର୍ଗ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ।
ଖବର ପାଇ କଲ୍ୟାଣସିଂହପୁର ଠାରୁ ୧୦୮ ଆମ୍ବୁଲାନ୍ସ ଆସିଥିଲେ ହେଁ ଗାଁକୁ ଯିବାକୁ ରାସ୍ତା ନଥିବାରୁ ଗାଁରୁ ୩ କିମି ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ ଏଣୁ ଆମ୍ବୁଲାନ୍ସ ନିକଟକୁ ରୋଗୀଙ୍କୁ ନେବାକୁ କେହି ସହଯୋଗ ନକରିବାରୁ ପରିବାର ଲୋକଙ୍କ ସହିତ ଆମ୍ବୁଲାନ୍ସ କର୍ମଚାରୀ ଶେଖ୍ ବୁଖାରୀ ଖଟିଆ କୁ ରଶିରେ ବାନ୍ଦି କନ୍ଧେଇ ୩ କି.ମି ଦୂର ମାଣ୍ଡିପଦର ନିକଟରେ ଅଟକି ଥିବା ଆମ୍ବୁଲାନ୍ସ ନିକଟକୁ ରୋଗୀଙ୍କୁ ଆଣିଥିଲେ, ସେଠାରୁ ଆଉ ୨୦ କିମି ଆମ୍ବୁଲାନ୍ସରେ ଆଣି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ରୋଗୀଙ୍କ ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥଲେ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି ମାନବିକତା ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର