Videos
|
Odisha

ଏବେବି ଗାଁକୁ ସଂଯୋଗ ହୋଇପାରନି ପକ୍କା ରାସ୍ତା, ଲୋକେ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏବେବି ଗାଁକୁ ସଂଯୋଗ ହୋଇପାରନି ପକ୍କା ରାସ୍ତା, ଲୋକେ ହନ୍ତସନ୍ତ

ଅର୍ଗସ ବ୍ୟୁରୋ:  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା  ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ଗ୍ରାମର ଇଚାଘୁଟୁ ସାହି। ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେବି ଗାଁ କୁ ସଂଯୋଗ ହୋଇ ପାରନି ପକ୍କା ରାସ୍ତା । ପାଦଚଲା କଚ୍ଚା ରାସ୍ତା ଯୋଗୁଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ବର୍ଷା ଦିନ କଥା ନ କହିବେ ଭଲ। ଅସରାଏ ବର୍ଷା ପରେ ରାସ୍ତାର କାଦୁଅ ବିଲର ଭ୍ରମ ଶ୍ରୁଷ୍ଟି କରୁଛି। ଆଉ ଏହି ରାସ୍ତା ଦେଇ ପ୍ରତି ଦିନ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ଖାଲି ରାସ୍ତା କହିଁକି ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ଗାଁରେ ଚାରୋଟି ନଳକୂପ ଅଛି ସତ ମାତ୍ର ସେଥିରୁ ଦୁଇଟି ମାତ୍ର ନଳକୂପରୁ ପାଣି ବ୍ୟାବହାର ହେଉଛି। ଅନ୍ୟ ଦୁଇଟିରୁ ନାଲି ପାଣି ବାହାରୁଛି। ଯେଉଁ ପାଣି ବ୍ୟବହାର କରି ଗାରୋର କିଡନୀ ରୋଗ ବ୍ୟପୁଥିବା ଅଭିଯୋଗ ହୋଇଛି। ସେଭଳି ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଥିବା ବିଦ୍ୟାଳୟର ଖେଳ ପଡିଆ ପାଇଁ ଥିବା ୨ଏକର ୨୫ ଡେଶ୍ମିଲ ଜାଗା ଖେଳ ପଡ଼ିଆ ବଦଳରେ ଜଣେ ବ୍ୟକ୍ତିଗତ ଭାବରେ ଘର ତିଆରି କରି ନିଜ ଗାଡି ରଖୁଥିବା ଅଭିଯୋଗ ହୋଇଛି। ଗାଁର ସମସ୍ୟ ଅନେକ। ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଅନେକ ମିଳିଛି ମାତ୍ର ସଵୁ ପାଲଟିଛି ପ୍ରତାରଣା । ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ବା ସରକାର ଏହି ଗରିବ ଆଦିବାସୀଙ୍କ ପ୍ରତି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: