|
logo
Live

Argus News - ଇଣ୍ଡିଆ ଟୁଡେର ଆକଳନକୁ ନେଇ ବଢ଼ିଲା ଚର୍ଚ୍ଚା

Odisha

ଇଣ୍ଡିଆ ଟୁଡେର ଆକଳନକୁ ନେଇ ବଢ଼ିଲା ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·2 min read
ଇଣ୍ଡିଆ ଟୁଡେର ଆକଳନକୁ ନେଇ ବଢ଼ିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ରାଜ୍ୟ ବିଧାନସଭା ଓ ଲୋକସଭାର ପର୍ସେଣ୍ଟେଜ୍ ଗଣିତକୁ ନେଇ ଚର୍ଚ୍ଚା । ନଜର ପକାନ୍ତୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ରିପୋର୍ଟକୁ । ଆକଳନ ଅନୁସାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଯଦି ବିଜେଡିର ଭୋଟ ହାର 3 ପ୍ରତିଶତ ହ୍ରାସ ପାଏ ଆଉ ଏଇ ଭୋଟ ବିଜେପିକୁ ଯାଏ, ତେବେ ଭାରତୀୟ ଜନତା ପାର୍ଟିର ଆସନ ସଂଖ୍ୟା 23ରୁ 48ରେ ପହଞ୍ଚିବ। ସେହିଭଳି ଯଦି ବିଜେପିକୁ 5 ପ୍ରତିଶତ ଅଧିକ ଭୋଟ ମିଳେ, ତେବେ ବିଜେପିର ବିଧାନସଭା ଆସନ ସଂଖ୍ୟା ପହଞ୍ଚିବ 67ରେ। ଆଉ ଯଦି ବିଜେପି ସପକ୍ଷରେ 12 ପ୍ରତିଶତ ଭୋଟ ସ୍ବିଙ୍ଗ ହୁଏ ତେବେ ଦଳ ମ୍ୟାଜିକ ନମ୍ବର ପାର୍ କରିବା ସହ ଜିତିପାରେ 75 ସିଟ୍ । ଏକାକି ସରକାର ବି ଗଠନ କରିବ ଭାରତୀୟ ଜନତା ପାର୍ଟି । 2019ରେ ବିଜେପିର ଭୋଟ ହାର 18 ପ୍ରତିଶତରୁ ବଢି ପହଞ୍ଚିଥିଲା 32 ପ୍ରତିଶତରେ। ଏଇ ହାରରେ ଭୋଟ ବଢିଲେ ଓଡ଼ିଶାରେ ସରକାର ଗଢିପାରେ ବିଜେପି। ସେହିଭଳି 2019 ଲୋକସଭାରେ ବିଜେପି 38 ପ୍ରତିଶତ ଭୋଟ ସହ ମୋଟ୍ 8 ଆସନରେ ବିଜୟ ଲାଭ କରିଥିଲା। ଏଥର ଓଡ଼ିଶାରେ ମୋଦି ସୁନାମୀ। ଯଦି ବିଜେପିକୁ ଅଧିକ 5 ପ୍ରତିଶତ ଭୋଟ ବି ମିଳେ ତାହା ହେଲେ ଆସନ ସଂଖ୍ୟା ପହଞ୍ଚିବ 15ରେ।

2019ରେ କଂଗ୍ରେସ ଭୋଟ ହାର 26 ପ୍ରତିଶତରୁ ଖସିଆସିଥିଲା 16 ପ୍ରତିଶତକୁ। କଂଗ୍ରେସ ଭୋଟ ଯାଇଥିଲା ବିଜେପି ହାତକୁ। ଏଥର ବି  ରାଜ୍ୟରେ କଂଗ୍ରେସ ଭୋଟ ହାର କମୁଥିବା ବେଳେ ଏହା ବିଜେପିକୁ ଫାଇଦା ଦେଇପାରେ । ମେଣ୍ଟ ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିବା ନେଇ ସମ୍ଭାବନା ବଢିଛି, ଏନେଇ ଗୃହମନ୍ତ୍ରୀ ଅମିତ ଶାହା ବି ଦୃଢୋକ୍ତି ପ୍ରକାଶ କରିଛନ୍ତି। 

କିଛି ଦିନ ତଳେ ପାଣ୍ଡିଆନଙ୍କ ରାଜ୍ୟ ତାମିଲନାଡୁର ଲୋକପ୍ରିୟ ଚ୍ୟାନେଲ୍ ଦି ଫେଡେରାଲ୍ ପୁଥିୟାଥାଲାଇମୁରାଇ ଓପିନିୟନ୍ ପୋଲରେ ବି ଦେଖିବାକୁ ମିଳିଥିଲା ମୋଦି ସୁମାନୀର ଝଲକ। ଏଇ ଚ୍ୟାନେଲର ଆକଳନ ଅନୁସାରେ ଓଡ଼ିଶାରେ ବିଜେପି 54.9 ପ୍ରତିଶତ ଭୋଟ ସହ ଜିତିପାରେ 20 ଲୋକସଭା ଆସନ। ବିଜେଡି ହାତକୁ ଯାଇପାରେ ମାତ୍ର ଗୋଟିଏ ଆସନ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ସର୍ଭେ ଆଧାରରେ ନ୍ୟୁଜ୍ 18 ରିପୋର୍ଟ ଅନୁସାରେ ବିଜେପି ଏକାକି ନିର୍ବାଚନ ଲଢିଲେ 70 ବିଧାନସଭା ଓ 17 ଲୋକସଭା ଆସନରେ ବିଜୟ ଲାଭ କରିପାରେ। ସେହିଭଳି ଇଣ୍ଡିଆ ଟୁଡେର ପୋଲ୍ ଅଫ ଦି ନେସନ୍ ସର୍ଭେ କହୁଛି ଅଢେଇ ବର୍ଷରେ ନବୀନଙ୍କ ଲକୋପ୍ରିୟତା ପ୍ରାୟ 25 ପ୍ରତିଶତ ହ୍ରାସ ପାଉଛି। ସେପଟେ ଓଡ଼ିଶାରେ ମୋଦୀଙ୍କ ଲୋକପ୍ରିୟତା ହୁହୁ ହୋଇ ବଢୁଛି। ଓଡ଼ିଶାରେ ପୂର୍ବ ଭାରତର ସର୍ବାଧିକ ଲୋକପ୍ରିୟ ମୋଦି ବୋଲି ସର୍ଭେ କହୁଛି । ସରକାର ବିରୋଧରେ ଜନ ଅସନ୍ତୋଷ ବଢୁଛି, ନବୀନଙ୍କ ଲୋକପ୍ରିୟତା କମୁଛି ।  ବିଜେଡି ଏହି ସବୁ କାରଣରୁ ମେଣ୍ଟ ପାଇଁ ଆଗ୍ରହ ଥିବା ଚର୍ଚ୍ଚା ହେଉଛି। 100 ବିଧାନସଭା ଆସନରେ ଲଢି 90ରୁ ଅଧିକ ଜିତିବା ଚକ୍କରରେ ଥିଲା ବିଜୁ ଜନତା ଦଳ। ହେଲେ ପାଣ୍ଡିଆନଙ୍କ ପ୍ଲାନ ଫେଲ୍ ମାରିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ଇଣ୍ଡିଆ ଟୁଡେର ଆକଳନକୁ ନେଇ ବଢ଼ିଲା ଚର୍ଚ୍ଚା | Argus News