Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଶନ ଶକ୍ତିର ମହିଳାମାନଙ୍କୁ ନେଇ ବିଜେଡିର ଚାଲିଥିଲା ଗୁପ୍ତ ବୈଠକ

Odisha

ମିଶନ ଶକ୍ତିର ମହିଳାମାନଙ୍କୁ ନେଇ ବିଜେଡିର ଚାଲିଥିଲା ଗୁପ୍ତ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମିଶନ ଶକ୍ତିର ମହିଳାମାନଙ୍କୁ ନେଇ ବିଜେଡିର ଚାଲିଥିଲା ଗୁପ୍ତ ବୈଠକ

ଅର୍ଗସ ବ୍ୟୁରୋ:  ସମ୍ବଲପୁର ଯୁଯୋମୁରାର ଆମ୍ବୁରାଇ ଆମ୍ବଗଛ ମୂଳରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ବିଜେଡିର ଚାଲିଥିଲା ଗୁପ୍ତ ବୈଠକ। Shg ମିଶନ ଶକ୍ତି ବୈଠକ ନାମରେ ନିର୍ବାଚନ ପ୍ରଚାର ଓ ଟଙ୍କା ବଣ୍ଟା ନେଇ ଆଲୋଚନା ଚାଲିଥିଲା। CRP ଓ MBK ମହିଳା ମାନେ ଏହି shg ଗ୍ରୁପ ସଭା ପାଇଁ ଡାକିଥିଲେ। Shg ମହିଳା ମାନଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ଅବଗତ କରାଯାଉଥିଲା। ଖବର ପାଇ ଗଣ ମାଧ୍ୟମ ପହଞ୍ଚିବା ପରେ ବୈଠକ ଭଣ୍ଡୁର ହୋଇଥିଲା। ମିଶନ ଶକ୍ତି ମହିଳା ଛତ୍ର ଭଙ୍ଗ ଦେଇ ସଭା ସ୍ଥଳରୁ ଚାଲି ଯାଇଥିଲେ।

ରାଜ୍ୟ ବାହାରୁ କିଛି ଯୁବକ ଙ୍କୁ ଆଣି ବୈଠକ ପରିଚାଳନା କରାଯାଉଥିଲା । ପ୍ରଶ୍ନ କରିବାରୁ ପ୍ରସଙ୍ଗ ଏଡାଇ ଋଣ କଥା କହିଥିଲେ। ମିଶନ ଶକ୍ତି ବୈଠକ ସଭା ଗୃହରେ ନହୋଇ ଲୁଚି ଛପି ଆମ୍ବ ଗଛ ମୂଳରେ କିଭଳି ହେଉଥିଲା। ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ବାବଦରେ ରେଢ଼ାଖୋଲ ମିଶନ ଶକ୍ତି ଅଧିକାରୀ ଙ୍କୁ ପଚାରିବାରୁ ବୈଠକ ବାବଦରେ ଅବଗତ ନଥିବା କହିଛନ୍ତି। ତେବେ କିଭଳି ମିଶନ ଶକ୍ତି ମହିଳା ମାନଙ୍କୁ ବିଜେଡି ନିର୍ବାଚନ ପ୍ରଚାର ରେ ସାମିଲ କରୁଛି। ଯାହାକି ଆଦର୍ଶ ଆଚରଣ ବିଧିରେ ଖୁଲମ ଖୁଲା ଉଲଂଘନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
There was a secret meeting of the BJD about the women of Mission Shakti | Argus News