|
logo
Live
Argus News App
GET APP

Argus News - 5T ସ୍କୁଲ ନାଁରେ ଚାଲିଥିଲା ଦୁର୍ନୀତି

Odisha

5T ସ୍କୁଲ ନାଁରେ ଚାଲିଥିଲା ଦୁର୍ନୀତି

Arpita Mohanty
Browse all articles by Arpita Mohanty
·1 year ago·2 min read
5T ସ୍କୁଲ ନାଁରେ ଚାଲିଥିଲା ଦୁର୍ନୀତି

ଅର୍ଗସ ବ୍ୟୁରୋ: 5T ସ୍କୁଲ ନାଁରେ ଚାଲିଥିଲା ଦୁର୍ନୀତି। ୨୪ ବର୍ଷର ସରକାର 5T ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ଶ୍ରେଣୀ ଗୃହରେ ବର୍ଷା ପାଣି ଲହରୀ ମାରୁଛି,ସାମାନ୍ୟ ପବନ ହେଲେ ଶ୍ରେଣୀ ଗୃହ ଛପର ଉଡ଼ିଯାଉଛି। ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜଙ୍ଗିୱାର୍ଡ ପଞ୍ଚାୟତର MPV - 21 ଗ୍ରାମର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଷୟରେ। ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ 450 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ତେବେ ସ୍କୁଲର ଏହିଭଳି ଅବସ୍ଥାରେ ପିଲା ମାନଙ୍କର ଭବିଷ୍ୟତ କ'ଣ ହେବ ତାହା ଅଭିଭାବକ ମାନଙ୍କର ପ୍ରଶ୍ନ। ତେବେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରେ କାଲିମେଳା ବ୍ଲକର ଭେଜଙ୍ଗିୱାର୍ଡl, ଗମ୍ପିlକୋଣ୍ଡା, କଙ୍ଗାରୁକୋଣ୍ଡା,ଚିନ୍ତଲୱାର୍ଡl, ବଦିଲି ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ନିର୍ଭର କରନ୍ତି।

ସରକାର ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ 80 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ଏହାର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡିଛି l ସମସ୍ତ ଶ୍ରେଣୀଗୃହରେ ବର୍ଷା ପାଣି ଲହରି ଭାଙ୍ଗୁଛି ,ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଗୃହ ଛପର ସାମାନ୍ୟ ପାବନରେ ଉଡ଼ିଯାଇଛି, ବିଦ୍ୟାଳୟ ଗେଟ୍ ରେ ନାମ ଫଳକ ଭାଙ୍ଗି ପଡ଼ିଛି ,  କିମ୍ବା ପରିସ୍ରାଗାରରେ ନିମ୍ନ ମାନର କାମ ଯୋଗୁଁ ଭାଙ୍ଗି ଯାଇଛି ହେଲେବି ବିଦ୍ୟାଳୟ କର୍ତ୍ତୃପକ୍ଷକୁ ହସ୍ତାନ୍ତରିତ କରାଯାଇ ନାହିଁ। ବିଦ୍ୟାଳୟ ପରିସରରେ ଆରୋଚ ରୋଡ଼ ନିର୍ମାଣ ନିମ୍ନ ମାନର ସାଙ୍ଗକୁ ବ୍ୟୟ ବରାଦ ହୋଇଥିବା 9 ଲକ୍ଷ 90 ହଜାର ଟଙ୍କା ପ୍ରକୃତ ପକ୍ଷେ ତାହା ଖର୍ଚ୍ଚ କରାଯାଇ ନାହିଁ l  ସେହି ପରି ସ୍ମାର୍ଟ କ୍ଲାସ, ବିଜ୍ଞାନଗାର , ପାଠ ଗାର, ଖେଳ ଉପକରଣ ଗୃହରେ ପାଣି ପଡିବା ଦ୍ବାରା ସମସ୍ତ ଉପକରଣ ନଷ୍ଟ ହେବାକୁ ବସିଲାଣି l ଖାଲି ଏତିକି ନୁହେଁ 2023 - 24 ଶିକ୍ଷା ବର୍ଷରୁ ଏଠାରେ ଦ୍ବାଦଶ ଶ୍ରେଣୀ ଖୋଲା ଯାଇଥିବାବେଳେ ଏଠାରେ କେତେକ ଠିକା କର୍ମଚାରୀ ନିଯୁକ୍ତି କରି ଶିକ୍ଷାଦାନ କରାଯାଉଥିବାବେଳେ ଏଯାଏ ସ୍ଥାୟୀ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ହୋଇନାହାନ୍ତି l ତାଙ୍କ ପାଇଁ ଡେସ୍କ ବେଂଚ ନାହିଁ କି ଶ୍ରେଣୀଗୃହ ବି ନାହିଁ l ଏହାଛଡ଼ା ବହୁ ଦୂର ଦୁରାନ୍ତରୁ ଛାତ୍ରଛାତୀ ମାନେ ଆସୁଥିବା ବେଳେ ଛାତ୍ରାବାସ ନାହିଁ l ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ବିକାଶ ଖେଳ କୁଦ ପାଇଁ ଖେଳ ପଡିଆ ନାହିଁ ଯାହାକି ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଠିକାଦାର ନିମ୍ନମାନର କାଯ୍ୟ କରି ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଏଥିପାଇଁ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି ହେଉଛି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Sponsored
5T ସ୍କୁଲ ନାଁରେ ଚାଲିଥିଲା ଦୁର୍ନୀତି | Argus News