Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଣ୍ଡ ଉପରେ ଛାତ ନଥିଲା, ଯାହା ଥିଲା ବର୍ଷା ଭାଙ୍ଗିଦେଲା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁଣ୍ଡ ଉପରେ ଛାତ ନଥିଲା, ଯାହା ଥିଲା ବର୍ଷା ଭାଙ୍ଗିଦେଲା

Key Points

ବୋଝ ଉପରେ ନଳିତା ବିଡା
ମୁଣ୍ଡ ଉପରେ ଛାତ ନଥିଲା, ଯାହା ଥିଲା ବର୍ଷା ଭାଙ୍ଗିଦେଲା
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, ଜରିପାଲ ତଳେ ବିତୁଛି  ଜୀବନ
ଅସହାୟଙ୍କ ପାଇଁ ଆଜି ବି ଆବାସ ଯୋଜନା ସାତ ସପନ
 

ଅର୍ଗସ ବ୍ୟୁରୋ:  ଭାଙ୍ଗି ଯାଇଛି ଘର , ଉଡିଯାଇଛି ଛପର। ଦଦରା ଅବସ୍ଥାରେ ଝୁଲିଛି ଝାଟିମାଟିର କାନ୍ଥ। ହେଲେ ବିକଳ୍ପ ନଥିବାରୁ ଏହାରି ଭିତରେ ରହୁଛନ୍ତି ପରିବାର। ନନ୍ଦପୁରରେ ବର୍ଷା ତାଣ୍ଡବ ପରେ ଏ ହେଉଛି ଗରବଙ୍କ ଅବସ୍ଥା। କାହା ଘର ଉପରୁ ଚାଳ ଉଡିଯାଇଛି ତ ଆଉ କାହାର କାନ୍ଥ ବତୁରି ଯାଇଛି। ବିପଦସଙ୍କୁଳ ଜାଣି ମଧ୍ୟ ଏହା ଭିତରେ ରହୁଛନ୍ତି ପରିବାର। ଗୋଟିଏ କି ଦୁଇଟି ନୁହେଁ ଅଞ୍ଚଳର ଅନେକ ଯାଗାରେ ଏଭଳି ଅବସ୍ଥ ଦେଖିବାକୁ ମିଳିଛି। । ନନ୍ଦପୁର ବ୍ଲକରେ 60ଟି ପରିବାର ଏବେ ଘର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲଗାଣ ବର୍ଷାରେ ହାଟଗୁଡା ପୋଞ୍ଚୟତର କୁଲାରସିଂ ପଞ୍ଚାୟତ, ଜଳାପୁଟ ପୋଞ୍ଚୟତ ଏବଂ ନନ୍ଦପୁର ପୋଞ୍ଚୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ହେଲେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇ ନଥିବା ଅଭିଯୋଗ ହୋଇଛି।

ଏ ଚିତ୍ର କହୁଛି ଅଞ୍ଚଳର ଆବାସ ସତ। ଏଠି ଅନେତ ହିତାଧିକାରୀଙ୍କ ପାଖରେ ଆବାସ ଅପହଞ୍ଚ। ବର୍ଷ ବର୍ଷ ଧରି ପକ୍କାଘରଟିଏ ପାଇଁ ଗୁହାରୀ କରି ଆସୁଥିଲେବି ଦାବି ଶୁଣିବାକୁ କେହି ନାହାନ୍ତି।  ଫଳରେ ଏଇ ଭଙ୍ଗାଦଦରା ଘରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଗରିବ ପରିବାର। ଫଳରେ ପ୍ରତି ବର୍ଷ ଝଡବର୍ଷାରେ ଏମାନଙ୍କୁ ନାହିଁ ନଥିବା ଅସୁବିଧଅର ସମ୍ମୁଖିନ ହେବାକୁ ପଡୁଛି।

ମୁଣ୍ଡ ଉପରେ ପକ୍କା ଘର ଖରା ବରଷାକୁ ନାହିଁ ଡର । ଏହି ନାରାଟି ନାରାରେ ରହିଯାଇଛି ନନ୍ଦପୁର ଅଞ୍ଚଳବାସୀଙ୍କ ପାଇଁ। କାରଣ ଏଠି ଖରା ଦିନେ ଜୀବନ ଦୁଃଖ କଷ୍ଟରେ ଚଳି ୟାଉଥିବା ବେଳେ ବର୍ଷା କିନ୍ତୁ ଡରାଉଛି। ଝଡି ବର୍ଷାରେ ଚାଳ ଛପର ଉଡି ଯାଉଥିବା ବେଳେ ଲଗାଣ ବର୍ଷାରେ ମାଟି କାନ୍ଥ ଭୁଷୁଡି ଯାଉଛି। ହେଲେ ଏବେବି ନିଜ ଭାଗ୍ୟକୁ ଆଦରି ଏହି ଘରେ ଆବାସର ସ୍ବପ୍ନ ଦେଖୁଛନ୍ତି ଗରିବ ହିତାଧିକାରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
There was no roof over the head, which was broken by the rain | Argus News