Videos
|
Odisha

ଶ୍ରୀଜିଉଙ୍କ ବାହୁଡା ଯାତ୍ରା, ସିଂହଦ୍ୱାରରେ ଲାଗିଲା ତିନି ରଥ

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀଜିଉଙ୍କ ବାହୁଡା ଯାତ୍ରା, ସିଂହଦ୍ୱାରରେ ଲାଗିଲା ତିନି ରଥ

ଅର୍ଗସ ବ୍ୟୁରୋ: ସିଂହଦ୍ୱାରରେ ଲାଗିଲା ତିନି ରଥ। ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଚାଲିଥିଲା। ରଥାରୂଢ଼ ଚତୁର୍ଦ୍ଦାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହେଲା ପ୍ରବଳ ଭିଡ।ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା ତିନି ରଥ। ସବାଶେଷରେ ଗଡିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ। ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରାଙ୍କ ରଥ, ସବାଶେଷରେ ନନ୍ଦିଘୋଷ ରଥକୁ ଟାଣି ନେଇଥିଲେ ଭକ୍ତ । ସିଂହଦ୍ୱାର ସମ୍ମୁଖରେ ତିନି ରଥ  । ଜୟ ଜଗନ୍ନାଥ, ଘଣ୍ଟା, ଶଙ୍ଖ ନାଦରେ ମୁଖରିତ ହେଉଛି ଶ୍ରୀକ୍ଷେତ୍ର। ନିର୍ଦ୍ଧାରିତ ସମୟର ଖୁବ ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଟଣା । 

ଅଧିକ ପଢ଼ନ୍ତୁ: ସରିଲା ଛେରା ପହଁରା; ଆରମ୍ଭ ହେଲା ରଥଟଣା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There were three chariots at the srimandir | Argus News