Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ

Odisha

ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ

Ritu Das
Browse all articles by Ritu Das
·1 year ago·2 min read
ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ

ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣୀ ଜଣେ ମହିଳା କାମ କରୁଥିବା ବେଳେ BJD ର କୁଜି ନେତା କିଭଳି ତାକୁ ବ୍ୟବହାର କରି ହତ୍ୟା କରିଥିଲେ  ତାହା କଣ ମା କୁ ସମାନ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସ୍ବାମୀ ଆଉ ଥରେ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଆମ ସରକାର ତଦନ୍ତ କରିବ । ଆଉ ସାମିଲ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ସଦସ୍ୟତା ଅଭିଯାନରେ BJD କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଗ୍ରେସରେ ମା ପରେ ବେଟା ଆଉ BJD ରେ ବାପା ପରେ ପୁଅ। ପରଦା ପଛରେ ରହି ଶାସନ ଚଳାଇବେ। CMO ର ଜଣେ ଅଧିକାରୀ ଲୋକଙ୍କ ଦରଖାସ୍ତ ନେଇ କହନ୍ତି ମୁଁ ଲୋକଙ୍କର ସମସ୍ୟା ସମାଧାନ କରିବି। ୨୪ ବର୍ଷର କାଳଖଣ୍ଡ ଲୋକଙ୍କୁ କଷ୍ଟ ଦେଇଥିଲେ। 

ଯାଜପୁର ଜଣେ ନେତା କାଳେ ସରକାରଙ୍କୁ ଚଳାଇଥିଲେ। ନିଜର ପତିଆର ଜାହିର କରିବା ପାଈଁ ଜଣେ ନେତା ନିଜକୁ ନବୀନ ବାବୁଙ୍କ କ୍ରିତ ଦାସ କହୁଥିଲେ। ଯାଜପୁରର ୩ ଟି ପାରିବାର ଯାଜପୁର କୁ ଲୁଟିଛନ୍ତି। ବିକାଶ ନାରେ BJD ଲୁଟିଛି ଆଉ ବିନାଶ କରିଛି। ଗାଁକୁ କାମ ଓ ମା କୁ ସମ୍ମାନ ନାଆଁରେ କଣ କରୁଛନ୍ତି ଲୋକ ଦେଖିଛନ୍ତି। ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ କଣ ୨୪ ବର୍ଷ ଲାଗିଲା। ଏବେ ବି କହୁଛନ୍ତି ଆମେ ସ୍ବପ୍ନ ପୂରଣ କରିବୁ। ଖଣି ଖାଦାନ ଯାଜପୁର ଥିବା ସତ୍ବେ କଣ ଅବସ୍ଥା ତାହା ଲୋକ ଦେଖୁଛନ୍ତି। ରାଜ୍ୟର ନେତୃତ୍ୱ ନେଉଥିବା କଣ କରିଛନ୍ତି ତାହା ସମସ୍ତେ ଦେଖୁଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be a re-investigation | Argus News