Videos
|
Odisha

ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ

Smruti Parija
Browse all articles by Smruti Parija
·2 years ago·2 min read
ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି,  ଆସିଲେ ଦେଖିପାରିବେ

ଅର୍ଗସ ବ୍ୟୁରୋ: ଆଗରୁ ଯେତେ ବି ପ୍ରଧାନମନ୍ତ୍ରୀ ହୋଇଛନ୍ତି କିଏ ବି କହିନାହାନ୍ତି ଯାହା ପ୍ରଧାନମନ୍ତ୍ରୀ କହିଛନ୍ତି । କିଏ କେବେ କହିବା ଶୁଣିଛନ୍ତି ଓଡିଶା ହେବ ଭାରତର ବିକାଶର ଦ୍ୱାର । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଜେପିରେ ଯୋଗ ଦେବା ପରେ ଏପରି କହିଛନ୍ତି ଭର୍ତ୍ତୃହରି ମହତାବ । 

ନୂଆ ଟିମ୍ ସହ ଇଂନିସ ଆରମ୍ଭ କରିବାକୁ ଯାଉଛି'

ବିଜେପିରେ ସାମିଲ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ  । ବିଜେପିରେ ମିଶିବା ପରେ ସେ କହିଛନ୍ତି ରାଷ୍ଟ୍ରବାଦ ପାଇଁ ବିଜେପି କାମ କରୁଛି । ସବକା ସାଥ୍ ସବକା ବିକାଶ ନାରା ମତେ ପ୍ରଭାବିତ କରିଛି ।  ଏହାସହ ଭର୍ତ୍ତୃହରି କହିଛନ୍ତି ନୂଆ ଟିମ୍ ସହ ଇନିଂସ ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ।  ଆସିଲେ ଦେଖିପାରିବେ । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ କହିଛନ୍ତି ଭର୍ତ୍ତୃହରି ମହତାବ। 
ସେପଟେ ବିଜେପି ଯୋଗ ଦେଉ ବିଜେଡି ପ୍ରତି ବିଷ ଓଗାଳିଛନ୍ତି । ଓଡିଶାର ଉନ୍ନତି ହେଲେ କିଛି ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ । କିନ୍ତୁ ଓଡିଶାର ଉନ୍ନତି ନୁହେଁ କିଛି ବ୍ୟକ୍ତି ବିଶେଷଙ୍କ ଉନ୍ନତି । ନାଁ ନନେଇ ବହୁତ କିଛି କହିଲେ ଭର୍ତ୍ତୃହରି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନୂଆଦିଲ୍ଲୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟଳୟରେ ଓଡ଼ିଆ ନେତାଙ୍କର ବଡ଼ ମିଶ୍ରଣ ପର୍ବ ହୋଇଥିଲା । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଡ ଦୱଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଏବଂ ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ବି ହୋଇଥିଲେ ସାମିଲ।