|
logo
Live

Argus News - ପ୍ରତି ଜିଲ୍ଲାରେ ହେବ ରିଟେଲ ଆଉଟଲେଟ୍

Odisha

ପ୍ରତି ଜିଲ୍ଲାରେ ହେବ ରିଟେଲ ଆଉଟଲେଟ୍

Smruti Parija
Browse all articles by Smruti Parija
·1 year ago·1 min read
ପ୍ରତି ଜିଲ୍ଲାରେ ହେବ ରିଟେଲ ଆଉଟଲେଟ୍

ଭୁବନେଶ୍ୱର: ନୟାଗଡ, ପୁରୀ, ବାଲେଶ୍ବର ଓ ଗଞ୍ଜାମରେ ହେବ ଫିସିଂ ହବ । ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ କିଛି ଏପରି ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ରହିବ ସୁବିଧା । ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ ପାଇଁ 78 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି ।  ଭୁବନେଶ୍ୱରରେ ହୋଲସେଲ ମାର୍କେଟ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରାଯାଇଛି । 

ପ୍ରତି ଜିଲ୍ଲାରେ ରିଟେଲ ଆଉଟଲେଟର ବ୍ୟବସ୍ଥା କରାଯିବ ।  ଧାମରା ଓ ଚାନ୍ଦିପୁରରେ ବିକ୍ରୟ ବ୍ୟବସ୍ଥା ପାଇଁ ଅପଗ୍ରେଡେସନ କରାଯାଉଛି ।  ବର୍ତ୍ତମାନ ଓଡ଼ିଶା, ମତ୍ସ ସମ୍ପଦ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଅଛି । ଏହାକୁ ଏକ ନମ୍ବର କରିବାକୁ ମତ୍ସ୍ୟ ଚାଷୀଙ୍କୁ ସବୁ ପ୍ରକାର ବୈଷୟିକ ସହଯୋଗ ଦିଆଯିବ । ପ୍ରତି ପଞ୍ଚାୟତରେ ମତ୍ସ୍ୟ ଚାଷ ପାଇଁ ଯୁବକମାନଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଭଲ ମାଛ ଉତ୍ପାଦନ ସହ ବିକ୍ରୟ କେନ୍ଦ୍ର ଗୁଡିକୁ ସୁଦୃଢ କରାଯିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରତି ଜିଲ୍ଲାରେ ହେବ ରିଟେଲ ଆଉଟଲେଟ୍ | Argus News