Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ସରକାରଙ୍କ ନୂଆ ମଦ ନୀତିରେ ଆସିବ ଅନେକ ପରିବର୍ତ୍ତନ 

Manini Pattanayak
Browse all articles by Manini Pattanayak
·1 year ago·2 min read
ନୂଆ ସରକାରଙ୍କ ନୂଆ ମଦ ନୀତିରେ ଆସିବ ଅନେକ ପରିବର୍ତ୍ତନ 

 ଭୁବନେଶ୍ୱର:  ଓଡ଼ିଶାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଚୋରା ମଦ କାରବାର । ନୂଆ ସରକାରଙ୍କ ନୂଆ ମଦ ନୀତିରେ ଆସିବ ଅନେକ ପରିବର୍ତ୍ତନ । କୋଚିଆ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବାକୁ କଠୋର ହେବେ ସରକାର । ପୂର୍ବ ବିଜେଡ଼ି ସରକାର ସମୟରେ ଚୋରା ମଦ ବିକ୍ରିକୁ ଦିଆଯାଉଥିଲା ବ୍ୟାପକ ପ୍ରୋତ୍ସାହନ ? ଯେତିକି ଲାଇସେନ୍ସ ମିଲୁଥିଲା, ତା ଠାରୁ 100 ଗୁଣ ଅଧିକ ମଦ ତିଆରି ହେଉଥିବାର ରହିଛି ନଜିର । ଚୋରା ମଦ ବିକ୍ରି ଉପରେ ଲାଗିବ ମୋହନ ସରକାରଙ୍କ ଅଙ୍କୁଶ । କୋଚିଆ ମଦ ବେପାରୀଙ୍କୁ ସାବାଡ କରିବେ ସରକାର । ଆସିବ ନୂଆ ଅବକାରୀ ନୀତି । ଆସନ୍ତା ବର୍ଷରେ ଯେଉଁ ଅବକାରୀ ନୀତି ହେବ, ସେଥିରେ ଚୋରା ମଦକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯିବ । କୋଚିଆ ମଦ ବିକ୍ରି ବନ୍ଦ କରିବା ପାଇଁ ଯାହା ବ୍ୟବସ୍ଥା କରିବା କଥା କରାଯିବ । ଆସନ୍ତା ବର୍ଷରୁ କଡାକଡି ଭାବରେ ଏବଂ କଠୋର ଭାବରେ କୁଚିଆ ମଦ ବିକ୍ରି ଓଡ଼ିଶାରେ ବନ୍ଦ ହେବ, ସେ ବାବଦରେ ସରକାର କଠୋର ପଦକ୍ଷେପ ନେବା ପାଇଁ ଯାଉଛନ୍ତି । ନୂଆ ମାର୍ଗଦର୍ଶିକା ଅନୁସାରେ ଅବକାରୀ ନୀତି ଚାଲିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ।

2000 ମସିହା ପୂର୍ବରୁ ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା 12 % ଥିଲା । ଏହା ସଂଖ୍ୟା ବଢ଼ି ଏବେ 30 % ରେ ପହଞ୍ଚିଲାଣି । ଯାହାକି ଚିନ୍ତାର ବିଷୟ । ବିଜେଡ଼ି ସରକାର ସମୟରେ ଗାଁ ଗାଁରେ ଗଢି ଉଠିଥିଲା ବେଆଇନ ମଦ ଭାଟି । ନିର୍ବାଚନ ସମୟରେ ମଦ ବାଣ୍ଟି ଭୋଟ ବ୍ୟାଙ୍କ ଯୋଗାଡ଼ କରୁଥିଲା ବିଜେଡ଼ି । ନିର୍ଦ୍ଦିଷ୍ଟ ମଦ ମାଫିଆଙ୍କୁ ମିଳୁଥିଲା ମଦ ଲାଇସେନସ। ଗତ ନଭେମ୍ବର ମାସରେ ମଦ ବେପାରୀ ଧୀର ସାହୁଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ। ସେହିଭଳି ଟିଟଲାଗଡ଼ର ସାହୁ ବ୍ରଦର୍ସର ବି ଆସିଥିଲେ ବିବାଦକୁ। ଏବେ ଗ୍ରାମଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ସରକାର ତତ୍ପର ହେବା ଉଚିତ୍ । ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଲାଗିବା ସହ ପର୍ଯ୍ୟାୟ କ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ପାଇବା ଦରକାର ବୋଲି କହିଛନ୍ତି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାଏକ ।  ରାଜସ୍ବ ଆଦାୟ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳ ଥିଲେ ପୂର୍ବ ବିଜେଡ଼ି ସରକାର । ହେଲେ ଏଥର ନୂଆ ସରକାରରେ ଅବକାରୀ ନୀତିରେ ଏହି ଟିକସ ହାର କମାଇବା ସହ ମଦ ବିକ୍ରିରେ କଟକଣା ଲାଗିପାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be many changes in the new liquor policy of the new government | Argus News