Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ ପଞ୍ଚାୟତରୁ ଯୁବକ ଯୁବତୀଙ୍କୁ ମିଳିବ ଚାକିରି

Jitendra Dash
Browse all articles by Jitendra Dash
·2 years ago·1 min read
ସବୁ ପଞ୍ଚାୟତରୁ ଯୁବକ ଯୁବତୀଙ୍କୁ ମିଳିବ ଚାକିରି

ଅର୍ଗସ ବ୍ୟୁରୋ : ଆଉ ରହିବେ ନାହିଁ  ଧାମନଗର ଅଞ୍ଚଳରେ ବେକାରୀ ଯୁବକ ଯୁବତୀ । ଆଉ ଯିବେ ନାହିଁ ଧାମନଗର ଅଞ୍ଚଳର ପାଠ ପଢୁଆ ଯୁବକ ଯୁବତୀ ଦାଦନ । ବେକାରୀ ସମସ୍ୟାର ଖୁବ୍ ଶୀଘ୍ର ହେବ ସମାଧାନ । ସବୁ ପଞ୍ଚାୟତରୁ ୧୦୦ ଯୁବକ ଯୁବତୀଙ୍କୁ ମିଳିବ ଚାକିରି । ଏଭଳି କିଛି କହିଛନ୍ତି, ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ । ସେହିପରି ଭଦ୍ରକ ଧାମନଗର ଛକ ଠାରେ ନିର୍ମାଣ ହେଇଥିବା ଟେକ୍ସଟାଇଲ ପାର୍କ ଧାମନଗର ଓ ଭଦ୍ରକ ଜିଲ୍ଲାର ବେକାରୀ ସମସ୍ୟା ମଧ୍ୟ ଦୁର କରିବ ।

ଏହା ସହ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି, ରାଜ୍ୟ ସରକାର ୨୫ ବର୍ଷ ସରକାର ବେକାରୀ ସମସ୍ୟା ଦୁର କରିବାରେ ବିଫଳ ହୋଇଛନ୍ତି । ଯାହା ଏବେ ଧାମନଗର ଅସୁରାଳି ଠାରେ ଭାରତର ପଞ୍ଚମ ସ୍ଥାନର ଥିବା ଏକ SiKLL INDIA ପକ୍ଷରୁ ଶିଳ୍ପ କେନ୍ଦ୍ର କରିବା ସହ, ଧାମନଗର ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ତାଲିମ୍ ଦିଆଯିବ । ଯାହା ଆଗାମୀ ଦିନରେ ଏହା ଧାମନଗର ଅଞ୍ଚଳର ବେକାରୀ ସମସ୍ୟା ମଧ୍ୟ ଦୁର କରିବ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂର୍ଯ୍ୟବଂଶୀ ସୁରଜଙ୍କର ଏଭଳି ପ୍ରତିଶ୍ରୁତିକୁ ଭରସା ଯୋଗ୍ୟ ବୋଲି କହିଛନ୍ତି, ଧାମନଗର ଅଞ୍ଚଳର ଯୁବକ ଓ ଶିକ୍ଷାବିତ ମାନେ କହିଛନ୍ତି । ତେବେ ରାଜ୍ୟ ସରକାର ୨୫ ବର୍ଷ ଭିତରେ ବେକାରୀ ସମସ୍ୟା ଦୁର କରି ପାରିଲେ ନାହିଁ । ତାହା ଏବେ ଧାମନଗର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ କରିବେ ବୋଲି ସମସ୍ତଙ୍କର ଭରସା ମଧ୍ୟ ରହିଅଛି । 
 

Sponsored
There will be no more unemployed young men and women in Dhamnagar area | Argus News