|
logo
Live

Argus News - ମରଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂଜୋନ

Odisha

ମରଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂଜୋନ

Ritu Das
Browse all articles by Ritu Das
·2 years ago·2 min read
ମରଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂଜୋନ

ଅର୍ଗସ ବ୍ୟୁରୋ: ବଡଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ। ଜଗନ୍ନାଥ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ଏସି ଟନେଲ। ଖରା ତାତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ ।ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଶୀତ ତାପ ନିୟନ୍ତ୍ରିତ ଟନେଲରେ ଯିବେ ଭକ୍ତ ।ଏନେଇ ବଡଦାଣ୍ଡ ପାର୍ଶ୍ଵରୁ ହଟିବେ ୩୫୦ ଉଠାଦୋକାନୀ। ଆସନ୍ତା ୫ ତାରିଖ ସୁଦ୍ଧା ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ ପାଇଁ ସମୟ ଦିଆଯାଇଛି। ଉଠାଦୋକାନୀ ମାନେ ଉଠିଵା ପରେ ମର୍ଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡ ଜାଗାକୁ ଉନ୍ନୟନ କାର୍ଯ୍ୟକୁ ଓବିସିସିକୁ ହସ୍ତାନ୍ତର କରାଯିବ।

ତେବେ ଉଠାଦୋକାନୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ବଜାର ବ୍ୟବସାୟୀ ସଂଘ ଏହି ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇନାହିଁ। ଥଇଥାନ ପୂର୍ବରୁ ଉଚ୍ଛେଦକୁ ନାପସନ୍ଦ କରିଛନ୍ତି ବଡବଜାର ବ୍ୟବସାୟୀ। ଗୋଟିଏ ପଟରେ ଭକ୍ତଙ୍କ ସୁବିଧା ପାଇଁ ଶୀତତାପ ନିୟନ୍ତ୍ରିତ ତଥା ଛାୟା ପ୍ରଦାନ କରି ଏହି ଟନେଲକୁ ରୂପାନ୍ତରିତ କରିବାକୁ ଯୋଜନା କରାଯାଉଥିବା ବେଳେ ରୋଜଗାର ହରେଇବାକୁ ଥିବା ୩୫୦ ଉଠାଦୋକାନୀଙ୍କୁ ଥାଇଥାନ କରିବ ତ ପ୍ରଶାସନ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ସେପଟେ ମରଚିକୋଟ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୮୪ମିଟର ଲମ୍ବ ଓ ୬ ମିଟର ଚଉଡ଼ାର ଏସି ଟନେଲ ଭକ୍ତଙ୍କ ଉଦ୍ଦେଶ୍ୟରେ ହେବ। ବଡଦାଣ୍ଡର ଗୋଟିଏ ପାର୍ଶ୍ଵରେ ଏହି ଟନେଲ ନିର୍ମିତ ହେବାକୁ ଥିବାବେଳେ ଭକ୍ତଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବ୍ୟବସ୍ଥା ରହିବ ।୪୦ ମିଟର ପରେ ରହିବ ୧୪୦ ଫୁଟ ଏକ ସୁ ଷ୍ଟାଣ୍ଡ। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଶ୍ରୀକୃଷ୍ଣ ସିନେମା ଗଳି ଠାରୁ ଶନି ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ରହିବ ଏହି ବ୍ୟବସ୍ଥା।  ତେବେ ରଥଯାତ୍ରା ସମୟରେ ଏହି ଟନେଲକୁ ଅନଇନଷ୍ଟାଲ କରାଯିବା ସହ ରଥଯାତ୍ରା ପରେ ଏହାକୁ ଇନଷ୍ଟଲ କରାଯିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ ହେବ। ଦୋକାନୀଙ୍କୁ ଥାଇଥାନ କରିବାକୁ ପ୍ରାୟ ଦୁଇମାସ ସମୟ ଲାଗିବ ।ଏହି ଦୁଇମାସରେ ପ୍ରତି ଦୋକାନିଙ୍କୁ ୧୫୦୦୦ ଲେଖାଏଁ କ୍ଷତିପୁରଣ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ତେବେ ବ୍ୟବସାୟୀ ମାନଙ୍କ ଥଇଥାନ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି ବୋଲି କହିଛନ୍ତି ଯୁବ ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ଅନେକ ବ୍ୟବସାୟୀ ଏବେ ବି ଥଇଥାନ ହୋଇ ନ ଥିବା ଅଭିଯୋଗ ହୋଇଥିବା  ବେଳେ ଏସି ଟନେଲ ପାଇଁ ଉଚ୍ଛେଦ ହେବାକୁ ଥିବା ବ୍ୟବସାୟୀ ପାଇବେ ତ ନ୍ୟାୟ ତାହା ଉପରେ ସମସ୍ତଙ୍କ ନଜର ରହିଛି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
ମରଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂଜୋନ | Argus News