ଓଡିଶାରେ ଗୋଟିଏ ଦଳ ହିଁ ରହିବ, ରାଜ୍ୟରେ ଆଉ ବିଜେଡିର ସ୍ଥାନ ନାହିଁ
·1 year ago·1 min read

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦଳ ହିଁ ରହିବ । ରାଜ୍ୟରେ ଆଉ ବିଜେଡିର ସ୍ଥାନ ନାହିଁ । ନବୀନ ପଟ୍ଟନାୟକ ବୟସାଧିକ କାରଣରୁ ସଙ୍ଗଠନ କୁ ଆଉ ସମୟ ଦେଇ ପାରିବେନି କି ବିଜେଡିର ଦ୍ବିତୀୟ ପିଢ଼ିର ସେଭଳି ଆଉ କେହି ନେତା ନାହାନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଯାହାକୁ ନେତା ଭାବେ ବାଛି ନବୀନ ସଂଗଠନ କରୁଥିଲେ ଲୋକେ ତାଙ୍କୁ ଗ୍ରହଣ କଲେନି । ତେଣୁ ସେ ଦଳ ଆଉ ଲୋକଙ୍କ ବିଶ୍ଵାସ ଭାଜନ ହୋଇ ପାରିବେ ନାହିଁ । ଯାହାକୁ ଦେଖି ଧୀରେ ଧୀରେ ନେତା ଓ କର୍ମୀ ଦଳ ଛାଡିବା ଆରମ୍ଭ କରିଛନ୍ତି । ଆଗକୁ ଆହୁରି ମଧ୍ୟ ଅନେକ ନେତା ବିଜେଡି ଛାଡି ବିଜେପି ରେ ସାମିଲ ହେବେ । ବହୁତ ବଡ଼ ବଡ଼ ନେତା ଆମ ସହ ଯୋଗାଯୋଗ ରେ ଅଛନ୍ତି ଦେଖନ୍ତୁ ଆଗକୁ କଣ ହେଉଛି ବୋଲି କହିଛନ୍ତି କୃଷ୍ଣ ପାତ୍ର।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: