ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ମୟୂରଭଞ୍ଜ: ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ ପଶି ତାଲା ଭାଙ୍ଗି ଆଲମାରୀରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ସହିତ ନଗଦ ଟଙ୍କା । ଏ ସବୁ ଭିଆଇ ଲୁଟେରାମାନେ ପୋଲିସକୁ ଦେଇଛନ୍ତି ଚ୍ୟାଲେଞ୍ଜ । ଏଭଳି ଘଟଣା ଘଟିଛି ଉଦଳା ଥାନା ଏନଏସି ୮ନଂ ୱାର୍ଡରେ । ୮ ନଂ ୱାର୍ଡର ପ୍ରମୋଦ କୁମାର ନାୟକ ନିଜ ପରିବାର ଲୋକଙ୍କ ସହିତ କୌଣସି କାମରେ ଭୁବନେଶ୍ୱର ଯାଇଥିଲେ ।
ହେଲେ ହଠାତ୍ ଆଜି ତାଙ୍କ ଘର ହତାରେ ପଡୋଶୀ ଘର ଲୋକେ ସଫାଇ କରୁଥିବା ବେଳେ ଘରର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ପଡୋଶୀ ପ୍ରମୋଦଙ୍କୁ ଖବର ଦେବା ପରେ ପ୍ରମୋଦ ଘରେ ପହଂଚି ଦୁଇ ଗୋଟି ରୁମର କବାଟ ତାଲା ଭଙ୍ଗାଯିବା ସହିତ ଘର ଭିତରେ ଥିବା ଆଲମାରୀ ଖୋଲାଯାଇଥିବା ଦେଖିବାକୁ ପାଇଥିଲେ । ତତସହିତ ଆଲମାରୀରେ ଥିବା ନଗଦ ୨୫ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ପୋଲିସ୍କୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର