Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମମତାଙ୍କ ପଶ୍ଚିମବଙ୍ଗ ସହ ଦେଲେ ଟକ୍କର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମମତାଙ୍କ ପଶ୍ଚିମବଙ୍ଗ ସହ ଦେଲେ ଟକ୍କର

ଅର୍ଗସ ବ୍ୟୁରୋ:  ମମତାଙ୍କ ବ୍ଲାକ ମେଲ ଚଳିବ ନାହିଁ । ଆଳୁ ଦେବାକୁ ବ୍ଲାକ ମେଲ କରୁଥିବା ମମତାଙ୍କୁ ଜବାବ ଦେବାକୁ ୟୁପି ପରେ ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି ଓଡ଼ିଶା ସରକାର । ତେବେ ଉତ୍ତର ପ୍ରଦେଶର ଆଳୁର ମାନକୁ ନେଇ ଉଠିଥିବା ସନ୍ଦେହକୁ ବି ଦୁର କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।କହିଛନ୍ତି ଯୁପିରୁ ଆସୁଥିବା ଆଳୁ ମାନ ବେଶ ଭଲ । ଓଡିଶା ବଜାରରେ ଏବା ୟୁପିର ଆଳୁ ବିକ୍ରି ହେଉଥିବା ବେଳେ ଆବଶ୍ୟକତାକୁ ଦେଖି ପଞ୍ଜାବରୁ ଆଳୁ ଆସିବ । ଆଳୁ ଯୋଗାଣ ନେଇ ମମତା କରୁଛନ୍ତି ବ୍ଲାକ ମେଲ । ବଙ୍ଗ  ପୋଲିସ ଓଡିଶା ବ୍ୟବସାୟୀଙ୍କୁ ଆଳୁ ଗାଡି ଛାଡିବାକୁ ହେଲେ 40ରୁ 50 ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି ନ ହେଲେ ମାଡ ମାରୁଛନ୍ତି । ତେବେ ମମତାଙ୍କୁ ଜବାବ ଦେବାକୁ ଯାଇ ଓଡିଶା ସରକାର ୟୁପି ପରେ ପଞ୍ଜାବରୁ ଆଳୁ ଆଣିବା ଯୋଜନା କରିଥିବାରୁ ବଙ୍ଗ ବେପାରୀ ଘାଟାରେ ପଡିବା ଜଳ ଜଳ ହୋଇ ଦିଶୁଛି । ଓଡିଶାକୁ ଆସିବାକୁ ଥିବା ଆଳୁ ନ ଆସିଲେ ମମତାଙ୍କୁ ତାଙ୍କରି ଭାଷାରେ ଜବାବ ଦେବେ ମୋହନ । ଓଡିଶା ବ୍ୟବସାୟୀ ବି ବଙ୍ଗ ବ୍ୟବସାୟୀଙ୍କ ମନମାନି ଓ ଜୁଲମ ବିରୋଧରେ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି  ।

ବଜାରରେ ଆଳୁର ଦର ଏବେ  ସ୍ଥିର ଅଛି । ଖୁଚୁରା ବଜାରରେ ଆଳୁ 35 ଟଙ୍କାରେ ବିକ୍ରି ହେଉଥିବା ବେଳେ ହୋଲସେଲ ଦର 28 ଟଙ୍କା ରହିଛି । 9 ତାରିଖ ପର୍ଯ୍ୟନ୍ତ ଏହି ଦର ରହିବ ବୋଲି କହୁଛନ୍ତି ବ୍ୟବସାୟୀ । ରାଜ୍ୟରେ ବାର୍ଷିକ ୧୩.୨୫ ଲକ୍ଷ ଟନ୍‍ ଆଳୁ ଆବଶ୍ୟକ। ହେଲେ ଉତ୍ପାଦନ ହେଉଛି  ମାତ୍ର ୩ ଲକ୍ଷ ଟନ୍‍ । ତେଣୁ  ଆଳୁ ପାଇଁ ଓଡ଼ିଶା ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ।  ଆଳୁ ଅଭାବ ଦୁର ପାଇଁ 2015-16ରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ପଟାଟୋ ମିଶନ୍।  ୩ ବର୍ଷ ଅର୍ଥାତ ୨୦୧୭-୧୮ ଆର୍ଥିକ ବର୍ଷ ଭିତରେ ବାର୍ଷିକ ୧୧ ଲକ୍ଷ ୨୫ ହଜାର ଟନ ଆଳୁ ଅମଳ କରିବାର ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । କିନ୍ତୁ ଲକ୍ଷ୍ୟ ହାସଲ ତ ଦୂର କଥା, ବର୍ଷକୁ ବର୍ଷ ଆଳୁ ଚାଷ କମିବାରେ ଲାଗିଲା ।

ତା ପୂର୍ବରୁ  ଉନ୍ନତ ଜ୍ଞାନ କୌଶଳ ଆଣିବା ପାଇଁ ପେରୁ ଯାଇଥିଲେ ବିଶେଷଜ୍ଞ ଟିମ। ରାଜ୍ୟରେ 15 ହଜାର ହେକ୍ଟରରୁ 70 ହଜାର ହେକ୍ଟରରେ ଆଳୁ  କରିବା ଯୋଜନା ଥିଲା। 2016ରେ ଉନ୍ନଚ ମାନର ଆଳୁ ବିହନ ପାଇଁ ଉତ୍କଳ ଟ୍ହ୍ୟୁବରର ସହ ଏମଓୟୁ କରିଥିଲେ ସରକାର।  ତେବେ ଆଳୁ ମିଶନ ତ ଫେଲ ହେଲା ଆଳୁ ରଖିବା ପାଇଁ ଶୀତଳ ଭଣ୍ଡାର ବି କଲେନି ପୂର୍ବ ସରକାର।  ସିଏଜି ରିପୋର୍ଟ ଆଳୁ ମିଶନର ବାସ୍ତବତା ଆଣିଥିଲା ସାମନାକୁ ୨୦୧୫-୧୬ରେ ଆଳୁ ମିଶନ ପାଇଁ ୫୦ କୋଟି ମଞ୍ଜୁର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୨୪.୦୫ କୋଟି ଟଙ୍କା ଅର୍ଥାତ୍ ୫୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ କରି ନ ଥିଲେ ସରକାର । ସେହିପରି ୨୦୧୬-୧୭ରେ ୬୦ କୋଟି ଟଙ୍କା ବଜେଟରେ ଦିଆଯାଇଥିଲେ ବି ମାତ୍ର ୧୫ କୋଟି ଟଙ୍କା କୃଷି ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା । ଯେଉଁଥିରୁ ମାତ୍ର୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭-୧୮ରେ ୨୦ କୋଟି ଟଙ୍କା ବଜେଟରେ ପ୍ରାବଧାନ କରାଯାଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରି ନ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
They clashed with Mamata's West Bengal in potato issue | Argus News