Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ନିତୀ ବିରୋଧରେ ମୁହଁ ଖୋଲିଲେ ବୋଲି ମାରିଦେଲେ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦୁର୍ନିତୀ ବିରୋଧରେ ମୁହଁ ଖୋଲିଲେ ବୋଲି ମାରିଦେଲେ

ଅର୍ଗସ ବ୍ୟୁରୋ:  ରଣଜିତ୍ ରଥ, ବୀାରମହାରାଜପୁରର ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ୍ । ପୂର୍ବତନ ବିଧାୟକ ପଦ୍ନନାଭ ବେହେରାଙ୍କ ରାଇଟହାଣ୍ଡ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କ ସହ ରଣଜିତ ରଥ । ବିଜେପି ନେତା ସୁରଥ ନାଏକ ହତ୍ୟା ମାମଲାରେ ରଣଜିତ୍ ମୁଖ୍ୟ ଅଭିଯୁକ୍ତ । ହେଲେ ପୋଲିସ ତାଙ୍କୁ ଛାଡିଦେଇଥିବାର ହୋଇଛି ଅଭିଯୋଗ । ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । 10 ଜୁଲାଇରେ ଘଟିଥିଲା ଏଇ ଜଘନ୍ୟ କାଣ୍ଡ। ବୀରମହାରାଜପୁର ଫୁଲଚରା ଗାଁର ସୁରଥ ନାୟକ ନିଖୋଜ ହୋଇଗଲେ । ଏକ କୂଅ ଭିତରୁ ମିଳିଥିଲା ସୁରଥଙ୍କ ମୃତଦେହ । ପୋଲିସ ପ୍ରଥମେ ଏତଲା ରଖିନଥିଲା । ପରିବାର ଲୋକଙ୍କ ଅଭିଯୋଗ ରଂଜିତ ରଥ ତାଙ୍କ ବାପାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ। ହେଲେ ପୋଲିସ ତାକୁ ଛାଡିଦେଲା । ତେବେ ହତ୍ୟାର କଣ କାରଣ ।

ଅଭିଯୋଗ ହୋଇଛି ବିଭିନ୍ନ ବିକାଶମୂଳକ କାମରେ ଦୁର୍ନିତୀ କରୁଥିଲେ ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ରଂଜିତ ରଥ। ସୁରଥ ତାର ପର୍ଦ୍ଦାଫାଶ୍ କରିଥିଲେ। ସେବେଠାରୁ ରଂଜିତ ଓ ତାଙ୍କ ଲୋକମାନେ ସୁରଥଙ୍କୁ ହତ୍ୟା ଧମକ ଦେଉଥିଲେ। ଆଗରୁ ବିଜେଡିରେ ଥିଲେ ସୁରଥ ନାଏକ। ହେଲେ ବିଜୁ ଜନତା ଦଳ ନେତାଙ୍କ ଅନ୍ୟାୟ ଓ ଦୁର୍ନିତୀକୁ ଗ୍ରହଣ ନ କରିପାରି ବିଜେପିରେ ସାମିଲ ହୋଇଥିଲେ ସୁରଥ। ଯାହାକୁ ନେଇ ସୁରଥଙ୍କୁ ବିଜେଡି ନେତାମାନେ ଧମକାଉଥିବାର ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ମୁହଁ ବନ୍ଦ ରଖିବାକୁ ବାରମ୍ବାର ଧମକାଉଥିଲେ ରଣଜିତ ଓ ତାଙ୍କ ଲୋକ। ମୋଟା ଅଙ୍କର ଅର୍ଥ ବି ଯାଚିଥିଲେ। ହେଲେ ସୁରଥ ତାକୁ ଗ୍ରହଣ କରିନଥିଲେ।

2021ରେ ମାହାଙ୍ଗାରେ ଘଟିଥିଲା ଠିକ୍ ଏଇଭଳି ହତ୍ୟାକାଣ୍ଡ । ଆବାସ କେଳେଙ୍କାରୀର ପୋଲ୍ ଖେଲିଦେଲେ ବୋଲି ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କର ହୋଇଥିଲା ମର୍ଡର । ହତ୍ୟାକାଣ୍ଡରେ ମୁଦାଲା ନମ୍ବର 13 ଥିଲେ ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା। ପୋଲିସ ପ୍ରତାପଙ୍କ ନାଁ କାଟିଦେଇଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା 302 । ଏବେ ପୁଣି ବୀରମହାରାଜପୁରରେ ଘଟିଛି ସମାନ ଘଟଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
they said that he opened his mouth against corruption then killed | Argus News