Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା 

Manini Pattanayak
Browse all articles by Manini Pattanayak
·2 years ago·2 min read
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା 

ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ୍ ବସିଛି ପ୍ରଶାସନ । ଏବେ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଭିଯୋଗ । ସାମ୍ନାକୁ ଆସିଲା ସୋସିଆଲ କୋର୍ଡିନେଟରଙ୍କ ବିବାଦୀୟ ଅଡ଼ିଓ । କାହିଁକି ଚୁପ୍ ବସିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।  ଏହି ଭାଇରାଲ୍ ଅଡିଓ ପୁଣି ଥରେ ଜୀବନ୍ତ କରିଦେଇଛି ରାୟଗଡ଼ାରେ ଶ୍ରମ କେଳେଙ୍କାରୀ। ଏହି ଅଡିଓ କଲରେ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ଉପସଭାପତି ବଳରାମ କୌଶଲ୍ୟାଙ୍କ ସହ କଥା ହେଉଛନ୍ତି ଶ୍ରମ ବିଭାଗର ୱେଲଫେୟାର କୋଡ଼ିନେଟର ସୁଶାନ୍ତ ସାହୁ। ବଳରାମଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ମାଗୁଛନ୍ତି ସୁଶାନ୍ତ। କହୁଛନ୍ତି ଏ ମୋଟା ଅଙ୍କର ଲାଞ୍ଚ ଦିଆଯିବ RTI କର୍ମୀଙ୍କୁ, ଯେଉଁମାନେ ଶ୍ରମ ବିଭାଗ କେଳେଙ୍କାରୀ ସମ୍ପର୍କରେ ମାଗୁଛନ୍ତି ତଥ୍ୟ। ଏ ଅଡିଓକୁ ନେଇ ସୁଶାନ୍ତ ସାହୁଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ କିଶୋର ମହାନନ୍ଦିଆ। 

 ଅଡ଼ିଓ ଭାଇରାଲ୍ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଶ୍ରମ ଅଧିକାରୀ ସୁଶାନ୍ତ ସାହୁ ମୋବାଇଲରେ ଧମକ ପୂର୍ଣ୍ଣ ମେସେଜ୍ ଦେଉଥିବା ଅଭିଯୋଗ କରିଛନ୍ତି ବଳରାମ। ଛୁଟିରେ ଥିବାରୁ ସୁଶାନ୍ତଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଏବେର ଶ୍ରମ ଅଧିକାରୀଙ୍କ ଅନୁସାରେ ଶ୍ରମିକ ମୃତ୍ୟୁ ପରେ ସେମାନଙ୍କ ଆବେଦନ ସମ୍ପର୍କିତ କାଗଜ ପତ୍ରର ଯାଞ୍ଚ ପ୍ରଥମେ କରନ୍ତି ୱେଲଫେୟାର କୋଡ଼ିନେଟର, ପରେ ଯାଏ ଶ୍ରମ ଅଧିକାରୀଙ୍କ ପାଖକୁ । ଏମିତିରେ ଶ୍ରମ ଅଧିକାରୀ ବି ୱେଲଫେୟାର କୋର୍ଡିନେଟର ସୁଶାନ୍ତଙ୍କ ଆଡ଼କୁ କରିଛନ୍ତି ଇସାରା। ତେବେ ସଂଘର ସଭାପତିଙ୍କ ଅନୁସାରେ ବହୁ ଅଧିକାରୀ କେଳେଙ୍କାରୀରେ ସମ୍ପୃକ୍ତ। ସମସ୍ତଙ୍କୁ କରାଯାଉ ତଦନ୍ତ ପରିସରଭୁକ୍ତ।  ରାୟଗଡ଼ା ଶ୍ରମ ବିଭାଗରେ ହୋଇଥିବା ବଡ଼ କେଳେଙ୍କାରୀ ପ୍ରଥମେ ସାମ୍ନାକୁ ଆଣିଥିଲା ଅର୍ଗସ୍। ବିଜେଡି ସରକାର ମଲା ଲୋକଙ୍କୁ ବି ଛାଡ଼ିନଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରେ ମୃତ ଶ୍ରମିକଙ୍କ ନାଁରେ ନକଲି ପ୍ରମାଣ ପତ୍ର କରାଯାଇ 40 କୋଟିରୁ ଅଧିକ ଟଙ୍କା ଚଳୁ ହୋଇଥିଲା। ମହାମାରୀ କାଳରେ ପୀଡ଼ିତ ପରିବାରର ସହାୟତା ରାଶିକୁ ଆତ୍ମସାତ୍ କରାଯାଇଥିଲା ।  ଅଭିଯୋଗ ପରେ ଗାଁ ଗାଁ ବୁଲି ତଦନ୍ତ କରିଥିଲା ରାଜ୍ୟ ଅତିରିକ୍ତ ଶ୍ରମ ଆୟୁକ୍ତ ଟିମ୍ । କେବଳ ଅଫିସର ନୁହେଁ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ସମ୍ପୃକ୍ତି ବିନା ସମ୍ଭବ ହୋଇନଥାନ୍ତା ଏତେ ବଡ଼ ଦୁର୍ନୀତି। ତଦନ୍ତ କଲେ ସାମ୍ନାକୁ ଆସିବ ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ସାରଦା ନାୟକଙ୍କ ସମ୍ପୃକ୍ତି। ପୁଣି ରାଜ୍ୟରେ T ବା ତାମିଲ ଅଫିସରଙ୍କ କଣ୍ଟ୍ରୋଲରେ ଥିଲା ସବୁକିଛି। ଏଣୁ ଏ ସବୁର ତଦନ୍ତ ହେବାକୁ ଉଠୁଛି ଦାବି। 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They snatched more than 40 crore rupees from the poor workers | Argus News