Videos
|
Odisha

ସରକାରୀ ଯୋଜନା ଥାଇବି ନାହିଁ ନାହିଁରେ ବିତାଉଛନ୍ତି ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସରକାରୀ ଯୋଜନା ଥାଇବି ନାହିଁ ନାହିଁରେ ବିତାଉଛନ୍ତି ଜୀବନ

ଅର୍ଗସ ବ୍ୟୁରୋ:  ପାଉଡି ଭୂୟାଁଙ୍କୁ ଧୋକା। ସରକାରୀ ଯୋଜନା ଥାଇବି ନାହିଁ ନାହିଁରେ ବିତାଉଛନ୍ତି ଜୀବନ। ଗାଁକୁ ନାହିଁ ରାସ୍ତା, ନାହିଁ ଶିକ୍ଷାର ବ୍ୟବସ୍ଥା, ଚୁଆ ପାଣିରେ ଶୋଷ ମେଣ୍ଟୁଛି, ଝାଟିମାଟିର ଘରେ ରହି ଏବେବି ଆବାସ ଅପେକ୍ଷାରେ ଅଞ୍ଚଳବାସୀ।  ଅନୁଗୁଳ ପାଳଲହଡା ବ୍ଲକର ଅବହେଳିତ ନଗିରା, ବରଡ଼ିହ ଓ ବନ୍ଧାଭୂଇଁ ପଞ୍ଚାୟତ। ଏହି 3 ପଞ୍ଚାୟତରେ ପାଖାପାଖି 4 ହଜାର ଲୋକ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ପାଉଡି ଭୂୟାଁ ସମ୍ପ୍ରଦାୟର। ବିଜେଡି ସରକାରକୁ 24 ବର୍ଷ ପୁରିଥିଲେ ମଧ୍ୟ ଏହି ଉପାନ୍ତ ଅଞ୍ଚଳରେ ବିକାଶ ଆଜିବି ଅପହଞ୍ଚ।  ପଞ୍ଚାୟତର 10ରୁ ଅଧିକ ଗାଁକୁ ରାସ୍ତା ନାହିଁ। ଏବେବି ସଗଡ ଭରସାରେ ଦିନ କାଟୁଛନ୍ତି ଅଞ୍ଚଳବାସୀ।

ଏହି ଗାଁ ଗୁଡିକରେ ଏବେବି ବସୁଧା ଅପହଞ୍ଚ। ପାନୀୟ ଜଳ ଯୋଗାଣ କହିଲେ ଏବେବି ଅଞ୍ଚଳବାସୀ ଚୂଆ ଉପରେ ନିର୍ଭର କରନ୍ତି। ପଥର ଚୁଆରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାନ୍ତି  ଅଞ୍ଚଳବାସୀ। କିଛି କିଛି ସ୍ଥାନରେ ପାଣି ଟାଙ୍କି ଅଛି ମାତ୍ର ହୋଇପାରୁନି ଜଳ ଯୋଗାଣ । ରୋଜଗାର କହିଲେ ଏଠି ବୁଝାଏ ମୂଲ ଲାଗିବା। ମୁଲ ମଜୁରୀ ନହେଲେ ଜଙ୍ଗଲରେ ଯାହା ମିଳେ ତାକୁ ବିକ୍ରି କରି ପରିବାର ଚଳନ୍ତି ପାଉଡି ଭୂୟାଁ। ସେଭଳି ଶିକ୍ଷା ଭିତ୍ତିଭୂମି ମଧ୍ୟ ଏଠାରେ ଦୁର୍ବଳ। ଫଳରେ ବାଜି ଲାଗିଛି ପାଉଡି ଭୂୟାଁ ଶିଶୁଙ୍କ ଭବିଶ୍ୟତ।ପାଉଡି ଭୂୟାଁଙ୍କ ବିକାଶ ପାଇଁ ପାଉଡି ଭୂୟାଁ ଉର୍ଣ୍ଣୟନ ସଂସ୍ଥା ପ୍ରାୟ 40 ବର୍ଷ ହେବ କାମ କରି ଆଶୁଛି। ମାତ୍ର ଏମାନଙ୍କ ବିକାଶ କେତେ ହୋଇଛି ତାହାର ଏ ହେଉଛି ବାସ୍ତବ ଚିତ୍ର।  ନିର୍ବାଚନ ଆସିଲେ ଏଠାକୁ ନେତା ଆସନ୍ତି। ହେଲେ ଭୋଟ ପରେ ଭୁଲି ଯାଆନ୍ତି ନିରିହ ଆଦିବାସୀଙ୍କ ସମସ୍ୟା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: