Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା

Ritu Das
Browse all articles by Ritu Das
·1 year ago·1 min read
ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା

ଅର୍ଗସ ବ୍ୟୁରୋ: ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନିଆଳିଝରଣ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି l ମୃତା ମହିଳା ମୋହନ ହେମ୍ବ୍ରମଙ୍କ ପତ୍ନୀ ସାଲକେ ହେମ୍ବ୍ରମ  ଗତରାତିରେ ଗାଁ ରେ ଯାତ୍ରା ପାଇଁ ସାମୁହିକ ଭୋଜି ଖାଇବାକୁ ସ୍ବାମୀ ମୋହନ ସମେତ ଘରର ଅନ୍ୟ ସଦସ୍ୟ ମାନେ ଯାଇଥିଲେ l ଘରେ ସାଲକେ ଓ ଶାଶୁ ସୁମି ଘରେ ରହିଥିଲେ। 

ଏହି ସମୟରେ ଏକ ଅଚିହ୍ନା ବ୍ୟକ୍ତି ଘରକୁ ଆସି ସାଲକେଙ୍କୁ ହାଣ୍ଡିଆ କିଣି ଆଣିଦେବାକୁ କହିଥିଲେ। ହେଲେ ସାଲକେ ମନା କରିବାରୁ ତାଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ୟା କରିଥିବା କହିଛନ୍ତି ଶାଶୁ ସୁମି। ତେବେ ଏବାବଦରେ ପରିବାର କିମ୍ବା ମୃତକକ ସ୍ବାମୀଙ୍କ ତରଫରୁ ପୋଲିସକୁ କେହି କିଛି ଜଣାଇନଥିଲେ l ମୃତକଙ୍କ ଭାଇ ଘନଶ୍ୟାମ ଖଦୁପଦା ଗାଁରୁ ଆସି ଘସିପୁରା ପୋଲିସକୁ ଖବର କରିଥିଲେ। ଯାହାକି ସନ୍ଦେହ ସୃଷ୍ଟି କରିଛିl ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍  ଟିମ୍ ଗାଁରେ ପହଞ୍ଚି ତଦନ୍ତ  ଆରମ୍ଭ  କରିଛି। ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଗାଁରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁ ନ ଥିବାରୁ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ  କରାଯାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They took from | Argus News