Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘନ କୁହୁଡିର ଚାଦର ତଳେ ବାଲିଗୁଡ଼ା ସହର

Odisha

ଘନ କୁହୁଡିର ଚାଦର ତଳେ ବାଲିଗୁଡ଼ା ସହର

Smruti Parija
Browse all articles by Smruti Parija
·2 years ago·1 min read
ଘନ କୁହୁଡିର ଚାଦର ତଳେ ବାଲିଗୁଡ଼ା ସହର

କନ୍ଧମାଳ: ଖସୁଛି ପାରଦ ବଢୁଛି ଶୀତ । ଶୀତୁଆ ସକାଳରେ ପୁଲକିତ ପ୍ରକୃତିରାଣୀ । ଶୀତର ଆଗମନରେ ଉତଫୁଲିତ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର । ଦିନକୁ ଦିନ ଏଠାରେ ଶୀତ ବଢିବାରେ ଲାଗିଛି । ଆଉ କୁହୁଡିର ମଜା ନେଉଛନ୍ତି ସହରବାସୀ । 

୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ

ଘନ କୁହୁଡ଼ିର ଚାଦର ତଳେ ବିତୁଛି ଜୀବନ । ସୂର୍ଯ୍ୟ କିରଣ ଆସିଲା ବେଳକୁ ଦିନ 10 ଟା । ବାଲିଗୁଡ଼ାରେ ଶୀତ ବଢ଼ିବା ସହିତ ପର୍ଯ୍ୟଟକଙ୍କ ଆଗମନ ବି ବଢ଼ିବାରେ ଲାଗିଛି । ଯାହାକୁ ସ୍ଥାନୀୟ ଲୋକେ ସ୍ଵାଗତ କରିଛନ୍ତି ।

ଆଗକୁ ଶୀତ ବଢ଼ିବ ନା କମିବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଯୁବପିଢିଠୁ ବୟସ୍କ ଶୀତର ମଜା ଉଟାଉଛନ୍ତି । କିଏ ମର୍ଣ୍ଣିଂ ୱାକ୍ କରୁଛି ତ କିଏ ବ୍ୟାୟାମ । ଆଉ କିଏ କିଏ ଫୁଟବଲ୍ ଖେଳୁଛି । ଘନ କୁହୁଡିରେ ଶୀତପୋଷାକ ପିନ୍ଧି ଶୀତୁଆ ସକାଳକୁ ମନଭରି ଉପଭୋଗ କରୁଛନ୍ତି ଲୋକେ । କୁହୁଡିର ଆସ୍ତରଣ ଭିତରେ କିଏ ସଅଳ ସଅଳ ନିଜ କାମରେ ବାହାରି ପଡୁଛି । ସେପଟେ ରାଜ୍ୟରେ ଧିରେ ଧରେ ବୃଦ୍ଧି ପାଉଛି ଶୀତର ଲହରି ।

ପାଣିପାଗ ଖବର ଆହୁରି ପଢନ୍ତୁ

Painting
Sponsored
thick fog-in-baliguda-kandhamal | Argus News