ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ
·2 years ago

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ସକାଳ ୭ରୁ ଚାଲିଛି ଭୋଟ୍। ୪୪୭ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା। ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୨୨.୮୫, କଟକ ୨୦.୧୩% ମତଦାନ ହୋଇଛି।
ସେହିପରି ଦେବଗଡରେ ୨୪%, ଢେଙ୍କାନଳ ରେ ୨୦.୯୨% ମତଦାନ ହୋଇଥିବାବେଳେ କେନ୍ଦୁଝରେ ୨୦.୮୪% ମତଦାନ ହୋଇଛି। ସେହିପରି ଖୋର୍ଦ୍ଧାରେ ୨୧.୬୧% ମତଦାନ ହୋଇଛି। ମୟୂରଭଞ୍ଜରେ ୨୧.୨୪% ମତଦାନ ହୋଇଥିବାବେଳେ ନୟାଗଡରେ ୧୯.୩୦% ମତଦାନ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: