Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର

Odisha

ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର

Manini Pattanayak
Browse all articles by Manini Pattanayak
·1 year ago·2 min read
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର

 ରାୟଗଡା:  ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର  ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବି ଅଫିସ୍ ଆସୁନାହାନ୍ତି ଡିଏଫଓ। ମୋବାଇଲ ଫୋନ୍ ବନ୍ଦ ରଖିବା ବଢ଼ାଇଲା ସନ୍ଦେହ। ଦୋଷୀଙ୍କୁ ଧରି ଦଣ୍ଡ ଦେବାକୁ ପୁଣି ନିବେଦନ କଲେ ସଂଜୟଙ୍କ ପରିବାର।  କଳାହାଣ୍ଡି ଜାରିଙ୍ଗି ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟାକୁ 13 ଦିନ ପୁରିଥିଲେ ମଧ୍ୟ ଏଯାଏ ପୋଲିସକୁ ଧରାଛୁଆଁ ଦେଉନାହାନ୍ତି ଡିଏଫଓ ଦେବେନ୍ଦ୍ର ବେହେରା। ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ଦେବେନ୍ଦ୍ର। ହେଲେ ଛୁଟି ଅବଧି ୮ ଦିନ ତଳୁ ପୂରିଥିଲେ ବି ଏଯାଏ କାମରେ ଯୋଗ ଦେଇନାହନ୍ତି। ତାଙ୍କ ମୋବାଇଲ ଫୋନ୍ ବି ବନ୍ଦ। ଏପରିକି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ବି କିଛି ନଜାଣଇ ରହିଛନ୍ତି ଅନୁପସ୍ଥିତି।

ଫଳରେ ସଂଜୟଙ୍କ ଆତ୍ମହତ୍ୟା ପଛରେ ଦେବେନ୍ଦ୍ରଙ୍କ ଭୂମିକା ନେଇ ଆହୁରି ବଢିଛି ସନ୍ଦେହ। ପୋଲିସର ଦୁଇଦୁଇଟି ନୋଟିସ ପରେ ମଧ୍ୟ କାହିଁକି ତଦନ୍ତର ସାମନା କରୁନାହାନ୍ତି ଡିଏଫଓ ତାକୁ ଉଠିଛି ବଡ଼ ପ୍ରଶ୍ନ । ପୂର୍ବରୁ ଡିଏଫଓ ଦେବେଦ୍ର ବେହେରା ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଥିଲେ ସଂଜୟଙ୍କ ପରିବାର।  ସେପେଟେ ସଞ୍ଜୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ପରିବାର। ବିଧବା ସ୍ତ୍ରୀ ଓ ଦେଢ଼ ବର୍ଷର ଦୁଇ ଯାଆଁଳା ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପରିବାର ଲୋକ। ସଂଜୟଙ୍କ ବିଧବା ପତ୍ନୀ ଗତ ୨୮ ତାରିଖ ଦିନ ସଂଜୟଙ୍କ ଅନ୍ତେଷ୍ଟି କ୍ରିୟା ସରିବା ପରେ, ପୁରୀର ଶ୍ବେତ ଗଙ୍ଗା ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ନଣନ୍ଦ ମଧ୍ୟ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଓ ରାୟଗଡା ଅମ୍ବାଦଳାର କିଛି ଯୁବକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ।  ଏ ମାମଲାରେ ବନ ବିଭାଗ ପକ୍ଷରୁ ଗତ ୨୮ ତାରିଖରୁ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ। ସିସିଏଫଓ ବିକାଶ ରଞ୍ଜନ ଦାଶ ରାୟଗଡ଼ା ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟରେ ତଦନ୍ତ କରିଥିଲେ । ରାୟଗଡା ପରେ, ଭବାନୀପାଟଣା ରେଞ୍ଜରେ ମଧ୍ୟ ତଦନ୍ତ ଜାରୀ ରହିଛି।

ଚାରା ରୋପଣ 24ବର୍ଷ ସରକାରର ସବୁଠୁ ବଡ ଦୁର୍ନୀତି। ସଞ୍ଜୟଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ, ଡିଏଫଓ ଦେବେନ୍ଦ୍ର  ବେହେରା ଚାରା ରୋପଣ ବାବଦକୁ 7ଲକ୍ଷ ଟଙ୍କାର ପିସି ମାଗିଥିଲେ। ଟଙ୍କା ଦେଇନପାରିଲେ ଚାକିରିରୁ ବାହାର କରିଦେବା ଏବଂ ବଦଳି କରିଦେବାର ଧମକ ବି ଦେଉଥିଲେ । ବାଧ୍ୟହୋଇ ସଞ୍ଜୟ ଡିଏଫଓଙ୍କୁ 2ଲକ୍ଷ ଟଙ୍କା ଦେଇଥିଲେ । ତାଙ୍କ ଘରେ 40 ହଜାର ଟଙ୍କା ବୋରଓ୍ବେଲ ଖୋଳିଥିଲେ ଏବଂ ଘରେ ଏସି ଓ ଟିଭି ଲଗାଇଥିଲେ। ଏହା ବାଦ ମଧ୍ୟ ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଜାରିଙ୍ଗ ନର୍ସରୀକୁ ଚଳିତବର୍ଷ ୨ଲକ୍ଷ ଲଲିପଟ ଚାରା ବ୍ୟୟବରାଦ ହୋଇଥିଲା। ଯାହାର ମୁଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା। ଏ ବାବଦରେ ଆସିଥିବା ଅର୍ଥର ୭ଲକ୍ଷ କମିଶନ ପାଇଁ ଡିଏଫଓ ମାନସିକ ଚାପ ଦେଉଥିବା  ଅଭିଯୋଗ ଆଣିଥିଲେ ସଞ୍ଜୟଙ୍କ ପରିବାର ଲୋକେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus Whatsapp Channel Mobile Top
Sponsored
Thirteen days have passed since the suicide of Forrest Sanjay Naik | Argus News