|
logo
Live

Argus News - ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

Odisha

ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

Ritu Das
Browse all articles by Ritu Das
·1 year ago·1 min read
ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଆଜିଠୁ ବିଜେପି ସରକାର। ଆଜିଠୁ ଓଡ଼ିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ, ଏହାସହିତ ଗଠନ ହୋଇଛି ଏକ ମନ୍ତ୍ରୀମଣ୍ଡଳ । ମୋହନ ସରକାରରେ ମୋଟ ୧୩ ଜଣ ମନ୍ତ୍ରୀ ଶପଥପାଠ ଗ୍ରହଣ କରିବେ । ଏହି ତାଲିକାରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ସ୍ଥାନ ପାଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବରେ ସୁରେଶ ପୂଜାରୀ, ରବି ନାଏକଙ୍କ ସମେତ ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଚୟନ କରାଯାଇଛି । ଏହାସହିତ ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ମୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

ସେହିପରି ଗଣେଶରାମ ଖୁଣ୍ଟିଆ ଏବଂ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ମୋହନ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଭାବରେ ସୁଯୋଗ ପାଇଛନ୍ତି । ଏହାସହିତ ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦରେ ସୁଯୋଗ ଦିଆଯାଇଛି । ଏହାବ୍ୟତୀତ ସମ୍ପଦ ସ୍ୱାଇଁ ମଧ୍ୟ ନୂଆ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମୋହନ ସରକାରରେ ୧୩ ମନ୍ତ୍ରୀ: ୮ କ୍ୟାବିନେଟ ମନ୍ତ୍ରୀ, ୫ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥପାଠ | Argus News