Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ୨ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ୧୩ ନୂଆ ମନ୍ତ୍ରୀ

Odisha

 ୨ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ୧୩ ନୂଆ ମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·1 year ago·2 min read
 ୨ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ୧୩ ନୂଆ ମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୂଆ ଟିମ୍‌ ।  ୨ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ମୋଟ 16 ଜଣ ମନ୍ତ୍ରୀ । ୮ କ୍ୟାବିନେଟ ଓ  ୫ ଜଣ ରାଷ୍ଟ୍ରମନ୍ତ୍ରୀ ନେଇଛନ୍ତି ଶପଥ । ସୁରେଶ ପୂଜାରୀ, ରବି ନାଏକ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ପାତ୍ର, ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ମହାପାତ୍ର, ବିଭୂତି ଭୂଷଣ ଜେନାଙ୍କ ସହ ଯୁବ ଚେହେରା ସୂର୍ଯ୍ୟବଂଶୀ ସୁରଜ ମନ୍ତ୍ରୀ ପଦର ଶପଥ ନେଇଛନ୍ତି  ।  ଜନତା ମୈଦାନରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି । ଏହାସହା ୧୩ ନୂଆ ମନ୍ତ୍ରୀ ବି ନେଇଛନ୍ତି ଶପଥ । କ୍ୟାବିନେଟ ମନ୍ତ୍ରୀଙ୍କ ଲିଷ୍ଟରେ ପ୍ରଥମରେ ଅଛନ୍ତି ସୁରେଶ ପୂଜାରୀ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ଜିତି ବିଧାୟକ ହୋଇଛନ୍ତି ସୁରେଶ । ୨୦୧୯ରେ ବରଗଡ଼ ସାଂସଦ ଭାବେ ହୋଇଥିଲେ ନିର୍ବାଚିତ ।  ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଆଦିବାସୀ ଚେହେରା ରବି ନାରାୟଣ ନାୟକ ବି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।  ସମ୍ବଲପୁର କୁଚିଣ୍ଡାରୁ ଜିତିଛନ୍ତି ବିଧାନସଭା । ଚାରି ଥରର ବିଧାୟକ ଭାବେ ତୃଣମୂଳସ୍ତରର ସଙ୍ଗଠକ ଭାବେ ସେ ପରିଚିତ ।  ଦକ୍ଷିଣ ଓଡ଼ିଶାରେ ବିଜେପିର ବଡ଼ ଆଦିବାସୀ ଚେହେରା ନିତ୍ୟାନନ୍ଦ ଗଣ୍ଡ ବି ନେଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଜିତିଛନ୍ତି ନିର୍ବାଚନ । ଲଗାତାର ଉମରକୋଟରୁ ଦୁଇ ଥର ହେଲେଣି ବିଧାୟକ ।  ଢେଙ୍କାନାଳରୁ ବିଜେପି ଟିକେଟରେ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚିତ କୃଷ୍ଣଚନ୍ଦ୍ର ପାତ୍ର ବି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୦ରେ ପ୍ରଥମ ଥର ଜିତିଥିଲେ ନିର୍ବାଚନ । 

 ଖୋର୍ଦ୍ଧା ଜିଲ୍ଲା ଚିଲିକାରୁ ନିର୍ବାଚନ ଜିତିଥିବା ପୃଥ୍ବୀରାଜ ହରିଚନ୍ଦନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଭିନ୍ନ ସମୟରେ ଦଳ ଭିତରେ ବିଭିନ୍ନ ପଦ ପଦବୀରେ ରହିଛନ୍ତି ପୃଥ୍ବୀରାଜ । 
 ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆସନରୁ ବିଧାୟକ ହୋଇଥିବା ମୁକେଶ ମହାଲିଙ୍ଗ ବି କ୍ୟାବିନେଟ ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ୨୦୧୯ ଓ ୨୦୨୪ରେ ନିର୍ବାଚନ ଜିତିଛନ୍ତି ମୁକେଶ । 
 ଗଞ୍ଜାମ ଜିଲ୍ଲା ଗୋପାଳପୁର ଆସନରୁ ବିଧାୟକ ଥିବା ବିଭୂତି ଭୂଷଣ ଜେନା ବି ନେଇଛନ୍ତି ଶପଥ । ଯାହାକୁ ନେଇ ଗୋପାଳପୁର ସମେତ ପରିବାରରେ ଖେଳିଯାଇଛି ଖୁସିର ଲହରୀ । 

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଆସନରୁ ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର ବି ନେଇଛନ୍ତି ଶପଥ ।  ମୟୂରଭଞ୍ଜ ଜିଲ୍ଲା ଯଶିପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ଗଣେଶ ରାମ ସିଂ ଖୁଣ୍ଟିଆ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ଭଦ୍ରକ ଜିଲ୍ଲା ଧାମନଗରର ବିଧାୟକ ତଥା ବିଜେପିର ଲୋକପ୍ରିୟ ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜ ରାଷ୍ଟ୍ରମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ଯାହାକୁ ନେଇ ତାଙ୍କ ପରିବାର ସମେତ ଜିଲ୍ଲାରେ ଖେଳାଯାଇଛି ଖୁସିର ଲହରୀ ।  ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁ ବି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thirteen new ministers took oath with 2 deputy chief ministers | Argus News