Videos
|
Odisha

ତିରିଶ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତ ଦେହ

Rashmita Mishra
Browse all articles by Rashmita Mishra
·1 year ago
ତିରିଶ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତ ଦେହ

ଅର୍ଗସ ବ୍ୟୁରୋ: ତିରିଶ ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତ ଦେହ। ଗୁରୁବାର ମହାନଦୀ ମୁହାଣରେ ଟପା ଡଙ୍ଗା ଢେଉ ମାଡରେ ଓଲଟି ପଡିଥିଲା। ଡଙ୍ଗାରେ ତିନି ଜଣ ମତ୍ସ୍ୟଜୀବୀ ଥିବା ବଳେ ତାଙ୍କ ଭିତରୁ ଜଣେ ନିଖୋଜ ହୋଇଯାଇ ଥିଲେ। ଶୁକ୍ରବାର ସଂଧ୍ୟା ସମୟରେ ତାଙ୍କ ମୃତ ଦେହ ଜାଲରେ ଲାଗିଥିବା ସୂଚନା ମିଳିଛି। ସଙ୍ଗେ ସଙ୍ଗେ ପାରାଦୀପ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ଜି ସିନୁ ବୋଲି ଜଣାପଡିଛି। ଶୁକ୍ରବାର ତିନିଜଣ ମତ୍ସଜୀବୀ ଡଙ୍ଗା ଧରି ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବଳେ ଜୀ ସିନୁ ନିଖୋଜ ଥିଲେ । କୋଷ୍ଟ ଗାର୍ଡ, ଅଗ୍ନିଶମ ବିଭାଗ , ଓଡ୍ରାଫକୁ ଖବର ମିଳିବା ପରେ ଖୋଜା ଖୋଜି ଜାରି ରହିଥିଲା।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Thirty hours later, the dead body of the young man was found | Argus News