Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ବାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ହେବ ୩ଟି AI ସେଣ୍ଟର ଅଫ୍ ଏକ୍ସଲେନ୍ସ

Ritu Das
Browse all articles by Ritu Das
·1 year ago·2 min read
ସ୍ବାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ହେବ ୩ଟି AI ସେଣ୍ଟର ଅଫ୍ ଏକ୍ସଲେନ୍ସ

ଅର୍ଗସ ବ୍ୟୁରୋ: ସ୍ବାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ସ୍ବାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନିଟି ଏଆଇ ସେଣ୍ଟର ଅଫ୍ ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି 3ଟି ଏଆଇ ଉତ୍କର୍ଷ କେନ୍ଦ୍ର ବିଶ୍ବର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ବ ଆଇଆଇଟି ଦିଲ୍ଲୀ ଏବଂ ଏମ୍‌ସ ଦିଲ୍ଲୀ ନେବ । କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ବ ଆଇଆଇଟି ରୋପାର ଏବଂ ଆଇଆଇଟି କାନପୁର ନେତୃତ୍ବରେ ସ୍ଥାୟୀ ସହରମାନଙ୍କରେ ଏଆଇ ଉତ୍କର୍ଷ କେନ୍ଦ୍ର ପରିଚାଳିତ ହେବ । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିଶ୍ବ ଏଆଇ ଦୃଶ୍ୟପଟ୍ଟରେ ଭାରତର ପରିଚୟ ସୁଦୃଢ଼ କରିବା ଦିଗରେ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଉତ୍କର୍ଷ କେନ୍ଦ୍ର ଗୁଡ଼ିକ ବିଶ୍ବର ସାର୍ବଜନୀନ ନୀତିର ଏକ ପ୍ରମୁଖ ଉପାଦାନ ହେବେ ଏବଂ ଭାରତ ବିଶ୍ବର ସମାଧାନ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହେବ। ଏସବୁ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବା ସହ ସହରାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ପାଇଁ ଏଆଇ ଉଦ୍ଭାବନ ଏବଂ ଗବେଷଣାକୁ ଗଣତାନ୍ତ୍ରିକ କରିବ । ଏହା ଭାରତର ଏଆଇ ଇକୋସିଷ୍ଟମର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିବ। 

2023-24 କେନ୍ଦ୍ର ବଜେଟରେ ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବେ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର 990 କୋଟି ଟଙ୍କା ମଞ୍ଜୁର କରିଥିଲେ। ଏଆଇ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକାରୀ କରିବା ଦିଗରେ ଡକ୍ଟର ଶ୍ରୀଧର ଭେମ୍ବୁଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ କମିଟିକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
This indicates | Argus News