Videos
|
Odisha

ଏମିତି ହୋଇଛି ରାସ୍ତାକାମ, ହାତ ମାରିଲେ ଉଠୁଛି ପିଚୁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏମିତି ହୋଇଛି ରାସ୍ତାକାମ, ହାତ ମାରିଲେ ଉଠୁଛି ପିଚୁ

ଅର୍ଗସ ବ୍ୟୁରୋ:  ନିମ୍ନ ମାନର ରାସ୍ତାକାମ ଯୋଗୁଁ ହାତ ମାରିଲେ ଉଠୁଛି ପୁଳାପୁଳା ପିଚୁ l ଏ ରାସ୍ତା ହେଉଛି ବୌଦ୍ଧ ସଦର ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ଗୁଛାପଡା ପଂଚାୟତ ଅନ୍ତର୍ଗତ ବନଦୁର୍ଗା ମନ୍ଦିର ନିକଟ ବର୍ତ୍ତି ରାସ୍ତା । ପ୍ରାୟ ୬ କିଲୋମିଟର ରାସ୍ତା କାମ ଅତି ନିମ୍ନ ମାନର ହୋଇଛି। ଫଳରେ କାମ ସରିବାର ୩ ମାସ ନ ପୁରୁଣଉ କେଉଁଠି ପିଚୁ ଉଠି ଗଲାଣିତ କେଉଁଠି ରାସ୍ତା ଦବି ଯାଇଛି । ନୂତନ ଭାବେ ନିର୍ମାଣ ହୋଇ ଥିବା ଏହି ରାସ୍ତାରେ ହାତ ମାରିଲେ ଉଠୁଛି ପିଚୁ। ଆଉ କିଛିକିଛି ସ୍ଥଆନରେ ତ ଖାଲ ମଧ୍ୟ ସ୍ରୁଷ୍ଟି ହୋଇଗଲାଣି।

ଏହି ରାସ୍ତା କାମରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରୀଙ୍କ ଅନୁଉପସ୍ଥିତିରେ ବିନା ସୂଚନା ଫଳକରେ କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।  ଲୋକଙ୍କୁ ଭୁଆଁ ବୁଲାଇ ଅତି ତରବରିଆ ଭାବେ କାର୍ଯ୍ୟ କରିବା ସହ ନିମ୍ନ ମାନର କାମ ଯୋଗୁଁ କାମ ସରିବାର ତିନିମାସ ନ ପୂରୁଣୁ ପୁଳା ପୁଳା ପିଚୁ ଉଠି ଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି l 

ଏହି ରାସ୍ତା ଉପରେ ପାଞ୍ଚ ଗୋଟି ପଂଚାୟତବାସୀ ନିର୍ଭର କରନ୍ତି।  ବହିରା, ଆମ୍ବଝୋରୀ, ଗୁଚ୍ଛlପଡ଼ା, ବ୍ରlହ୍ମହଣିପାଲି, ଗୁନ୍ଦୁଳିଆ ଆଦି ପଂଚାୟତ ର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଉପରେ ନିର୍ଭର କରନ୍ତି l ବହୁ ଦାବି ପରେ ଏହି ରାସ୍ତା କାମ ହୋଇଥିବା ବେଳେ ଏଥିରେ ଲକ୍ଷଲକ୍ଷଟଙ୍କ ହେରଫେର ହୋଇଛି।  ଅନ୍ୟପଟେ ଆହୁରି ତିନି କିଲୋମିଟର ରାସ୍ତା ଫରେଷ୍ଟ ବିଭାଗ ଅଧୀନରେ ରହିଛି। ଏଠାରେ ରାସ୍ତ ନିର୍ମାଣ ପାଇଁ ଅନୁମତି ନ ଥିବାରୁ କାମ ହୋଇ ପାରିନାହିଁ। ଫଳରେ ଅସରାଏ ବର୍ଷା ପରେ କାଦୁପଚପଚ ହୋଇଯାଉଛି ପୁରା ରାସ୍ତା। ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଟଙ୍କା ବ୍ୟୟ ବରାଦରେ ନିରାମଣ ହୋଇଥିବା ଏହି ରାସ୍ତାର ଏଭଳି ଅବସ୍ଥଆ କଣ ପାଇଁ। ଯନ୍ତ୍ରୀ ଓ ଠିକାଦାରଙ୍କୁ ପୋଶୁଛି କି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହାର ସଠିକ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

This is how the road work is done | Argus News