Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବୀନଙ୍କ ଜିଲ୍ଲା ଦାଦନ ଗଡ଼ ଗଞ୍ଜାମରେ ଶିଳ୍ପାଞ୍ଚଳ ଧୂଆଁବାଣ

Odisha

ନବୀନଙ୍କ ଜିଲ୍ଲା ଦାଦନ ଗଡ଼ ଗଞ୍ଜାମରେ ଶିଳ୍ପାଞ୍ଚଳ ଧୂଆଁବାଣ

Manini Pattanayak
Browse all articles by Manini Pattanayak
·1 year ago·2 min read
ନବୀନଙ୍କ ଜିଲ୍ଲା ଦାଦନ ଗଡ଼ ଗଞ୍ଜାମରେ ଶିଳ୍ପାଞ୍ଚଳ ଧୂଆଁବାଣ

 ବ୍ରହ୍ମପୁର:  ଦାଦନ ଯନ୍ତ୍ରଣାରେ କଲବଲ ସାରା ଓଡିଶା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ଥିତି ସଙ୍ଗୀନ। ଗତ 5ବର୍ଷରେ ରାଜ୍ୟ ବାହାରେ ଏବଂ ବିଦେଶରେ ମୋଟ 228ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ କେବଳ ଗଞ୍ଜାମର ରାଜ୍ୟ ବାହାରେ 42ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯେଉଁ ଗାଁ କୁ ବି ଯିବେ ଦାଦନ ଯନ୍ତ୍ରଣାର ଅକୁହା କାହାଣୀ ଶୁଣିବାକୁ ମିଳିବ । କେବେ ନିର୍ଯାତନା ତ କେବେ ଅକାଳ ମୃତ୍ୟୁ, ଦାନା ଯୋଗାଡ଼ରେ ଯାଇ ଶବ ପାଲଟୁଛନ୍ତି ଶ୍ରମିକ। ଦେଖିବା ଏହି ରିପୋର୍ଟ । ବିଜେଡି ଶାସନର 24 ବର୍ଷ ଭିତରେ କାହିଁକି ରାଜ୍ୟରେ ଆଗେଇ ପାରିଲାନି ଶିଳ୍ପାୟନ ଏ ଦୃଶ୍ୟ ହେଉଛି ତାର ପ୍ରମାଣ । ଶିଳ୍ପାୟନ ନାଁରେ ନବୀନ ସରକାର କେମିତି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଥିଲେ ଏ ଚିତ୍ର ହେଉଛି ତାର ପ୍ରମାଣ। ନବୀନଙ୍କ ଜିଲ୍ଲା ଗଞ୍ଜାମ କାହିଁକି ପାଲଟିଛି ଦାଦନ ଗଡ଼ ଏହି ଚିତ୍ରରେ ରହିଛି ତାର ଉତ୍ତର। ଇଏ 24 ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାର ସବୁଠାରୁ ବଡ଼ ଶିଳ୍ପାଞ୍ଚଳ । ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ୍ ହଳଦିଆପଦରସ୍ଥିତ ଅଟୋନଗର। ଘୋଷିତ ଶିଳ୍ପାଞ୍ଚଳ ।

କିନ୍ତୁ ଦେଖନ୍ତୁ ଏଠାକାର ସ୍ଥିତି, ଦେଖନ୍ତୁ ପରିବେଶ। ଏଠି ଶିଳ୍ପାଞ୍ଚଳ ନିଜ ଅସ୍ତିତ୍ୱ ଖୋଜୁଛି।  ଗଞ୍ଜାମରେ ଥିବା ୫ଟି ଶିଳ୍ପାଞ୍ଚଳ ମଧ୍ୟରୁ କେବଳ ଅଟୋମୋବାଇଲ୍ ଶିଳ୍ପ ପାଇଁ ୯୦ ଦଶକରେ ନିର୍ମାଣ ହୋଇଥିଲା ଏ ଅଟୋନଗର ଶିଳ୍ପାଞ୍ଚଳ । ମୋଟ ଅଞ୍ଚଳ ୭୪ ଏକର ଜମି । ସେଥିରୁ ରାସ୍ତା ଓ ଡ୍ରେନେଜ୍ ପାଇଁ ଛଡ଼ାଯାଇଛି 24 ଏକର । ବାକି 48ଏକର ଜମିରେ ରହିଛି ୪୯୪ଟି ପ୍ଲଟ୍ । ସମ୍ମୁଖ ରାସ୍ତାର କିଛି ଅଂଶ ପିଚୁ ହୋଇଥିବାବେଳେ ବାକି ସବୁ ରାସ୍ତାରେ ମାଟି ମୁଠାଏ ବି ପଡ଼ିନି । ଡ୍ରେନ୍, ପାନୀୟଜଳ ଓ ଷ୍ଟ୍ରିଟ ଲାଇଟ କିଛି ବି ସୁବିଧା ନାହିଁ । ନା ଶ୍ରମିକଙ୍କ ଆଶ୍ରୟ ନେବା ପାଇଁ ଅଛି ବ୍ୟବସ୍ଥା ନା ଖାଇବା ପିଇବା ପାଇଁ ହୋଟେଲ୍ ସୁବିଧା। ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟୁଛି  ଏ ଅଟୋନଗର ଶିଳ୍ଫାଞ୍ଚଳ ।  ଏଠାକାର ୩୦ରୁ୪୦ ପ୍ରତିଶତ ପ୍ଲଟରେ ଲୋକେ କିଛି କରିନାହାନ୍ତି । କେବଳ ପ୍ଲଟ ନେଇ ପକାଇ ରଖିଛନ୍ତି । ଇଡକୋ ପକ୍ଷରୁ ନାମାନୁସାରେ ତଦନ୍ତ କରାଯିବା ପରେ ପ୍ଲଟ ନେଇଥିବା ପ୍ରାୟ ୯୦ ପ୍ରତିଶତ ଲୋକ ସେମାନଙ୍କ ପ୍ଲଟ ଭଡ଼ାରେ ଲଗାଇଛନ୍ତି । ଯେଉଁମାନେ ପ୍ଲଟ ନେଇଛନ୍ତି ସେମାନଙ୍କୁ ୩ବର୍ଷ ପାଇଁ ପ୍ରଥମେ ଲିଜ ଏଗ୍ରିମେଣ୍ଟ କରାଯାଉଛି । ୩ ବର୍ଷିଆ ବନ୍ଧକ ଦେଲେ ବ୍ୟାଙ୍କ ଋଣ ମିଳୁନାହିଁ । ଅର୍ଥ ଅଭାବରୁ କେହି ବଡ଼ ଉଦ୍ୟୋଗ ଆରମ୍ଭ କରିପାରୁନାହାନ୍ତି । ଏଠି ଶିଳ୍ପ ହେବ, ଲୋକେ ରୋଜଗାର ପାଇବେ, ଏହି ଆଶାରେ ସରକାର ଦେଇଥିଲେ ଜମି, କିନ୍ତୁ କିଛି ହେଲାନି। ଏଠାକାର ସ୍ଥିତି ଦେଖି ଚିନ୍ତା ପ୍ରକଟ କରିଛନ୍ତି ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ପରିବହନ ଏବଂ ଖଣି ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।  ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଥିବା ଏହି ଶିଳ୍ପାଞ୍ଚଳ ବିଜେଡି ଶାସନର ଅପାରଗତା ଓ ବିଫଳତାର ବଡ଼ ପ୍ରମାଣ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This scene is the proof of why industrialization in the state could not take place within 24 years of the regime | Argus News