Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ବିଧାନସଭାରେ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Smruti Parija
Browse all articles by Smruti Parija
·2 years ago·1 min read
ଏଥର ବିଧାନସଭାରେ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଏଥର ବିଧାନସଭାରେ ବଜେଟ୍ ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପୂର୍ବରୁ ଅର୍ଥ ବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ବୈଠକ ହେବ । ଆସନ୍ତା ୧୦୦ ଦିନ ଭିତରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାରର ଭାଉଚର ଦେବା ପାଇଁ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । 

ତେଣୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ବେଳେ ଏହି ଦୁଇଟି ବଡ଼ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ କରିପାରନ୍ତି । ଏହା ବ୍ୟତୀତ ରାଜ୍ୟରେ ଆଉ କିଛି ନୂଆ ଯୋଜନା ଲାଗୁ ନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇପାରେ । ସାଧାରଣ ନିର୍ବାଚନ ପାଇଁ ପୂର୍ବ ସରକାର କାମଚଳା ବଜେଟ୍ ଉପସ୍ଥାପନା କରିଥିଲେ । ଏପ୍ରିଲରୁ ଜୁଲାଇ ଯାଏଁ ଚାରି ମାସ ପାଇଁ ହିଁ ଏହି ବଜେଟ୍ ଉପସ୍ଥାପନ ହୋଇଥିଲା । 

ଏବେ ନୂଆ ସରକାର ବନିବା ପରେ ମୁଖ୍ୟମନ୍ତ୍ରୀ ନୂଆ ବଜେଟ୍ ଉପସ୍ଥାପନା ପାଇଁ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଛୁଟି ଦିନରେ ବି ନୋ ରେଷ୍ଟ । ଘନ ଘନ ସମୀକ୍ଷା ଚଳାଇଛନ୍ତି ମୋହନ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ, ଅର୍ଥ, ଜଳ ସମ୍ପଦ, ସୂଚନା ଓ ଲୋକ ସଂପର୍କ, ସାଧାରଣ ପ୍ରଶାସନ, ଯୋଜନା ଓ ସଂଯୋଜନା ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
This time Chief Minister Mohan Majhi will present the budget | Argus News