Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ

Ritu Das
Browse all articles by Ritu Das
·1 year ago·1 min read
ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ

ଅର୍ଗସ ବ୍ୟୁରୋ: ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ। ବାଜିବ ପାରମ୍ପରିକ ବାଦ୍ୟ। ଉଭୟ ମେଲୋଡି, ଭସାଣିରେ ବନ୍ଦ କରାଗଲା ଡିଜେ । ସେପ୍ଟେମ୍ୱର ୭ ତାରିଖରେ ଏଥର ଗଣେଶ ପୂଜା ପଡୁଛି । ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ହେବ । ଏ ନେଇ ଆଜି ଏକ କୋ-ଅର୍ଡିନେସନ ମିଟିଂ କମିଶନରେଟ ପୋଲିସ ଓ ରାଜଧାନୀର ବିଭିନ୍ନ କମିଟି ମଧ୍ୟରେ ଅନୁଷ୍ଠିତ ହୋଇଛି । ପୂଜାକୁ କିଭଳି ନିଶାମୁକ୍ତ କରାଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିସିପି । 

ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ସେଭଳି ଘଟଣା ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରାଫିକ ମ୍ୟାନେଜମେଣ୍ଟ ବା ଅଧିକ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ। ସିସିଟିଭି ସାରା ସହରରେ ରହିବ । ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି। ୭ ରେ ପୂଜା ପରେ ୮, ୧୧ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି । ପୋଲିସର ସମସ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time | Argus News