Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - `ଓଡିଶାରେ ଏଥର ବିଜେଡି ଯିବ, ବିଜେପି ଆସିବ'

Odisha

`ଓଡିଶାରେ ଏଥର ବିଜେଡି ଯିବ, ବିଜେପି ଆସିବ'

Ritu Das
Browse all articles by Ritu Das
·2 years ago·1 min read
`ଓଡିଶାରେ ଏଥର ବିଜେଡି ଯିବ, ବିଜେପି ଆସିବ'

ଅର୍ଗସ ବ୍ୟୁରୋ: ଓଡିଶାରେ ଏଥର ବିଜେଡି ଯିବ, ବିଜେପି ଆସିବ । ଓଡିଶାରେ ପ୍ରଥମ କରି ଗଢାହେବ ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ପରେ ନବରଙ୍ଗପୁରରେ ମଧ୍ୟ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହିତ ଓଡିଶାକୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିବ । ଓଡିଶାର ପୁଅ କିମ୍ବା ଓଡିଶାର ଝିଅ ମୁଖ୍ୟମନ୍ତ୍ରୀ ହେବ, କେହି ବାହାର ଲୋକ ହେବନି । ଯିଏ ଓଡିଶାର ମାଟିକୁ ମଥାରେ ଲଗେଇ ବୁଲିବ, ତାକୁ ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ବନେଇବ ବୋଲି ମୋଦୀ କହିଛନ୍ତି । 

ଖାଲି ସେତିକି ନୁହେଁ, ଯିଏ ଏଠାକାର ସମସ୍ୟା ଜାଣିଛି, ସମାଧାନ ଜାଣିଛି । ଯିଏ ଲୋକଙ୍କ ସହ ଜଡିତ ଅଛି, ବିଜେପି ସେମିତି ଜଣେ ଲୋକକୁ ମୁଖ୍ୟମନ୍ତ୍ରୀ କରିବ । ଏ ହେଉଛି ମୋଦୀର ଗ୍ୟାରେଣ୍ଟି ବୋଲି ନବରଙ୍ଗପୁର ଜନସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time in Odisha | Argus News