Videos
|
Odisha

ଏକାଦିନରେ ସବୁ ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ

Ritu Das
Browse all articles by Ritu Das
·2 years ago
ଏକାଦିନରେ ସବୁ ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ

ଅର୍ଗସ ବ୍ୟୁରୋ: ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଗୋଟିଏ ଦିନରେ ନବଯୌବନ , ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।କେବଳ ସେବାୟତ ପରିବାର ନବଯୌବନ ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୭ ତାରିଖରେ ରଥଯାତ୍ରାରେ ସବୁ ଗୋଟିଏ ଦିନରେ ପଡ଼ୁଥିବାରୁ ଚଳିବର୍ଷ ନବଯୌବନ ଦର୍ଶନ ବନ୍ଦ ରହିବ

ସେପଟେ ନୀତି ନିର୍ଘଣ୍ଟ ନେଇ ଛତିଶା ନିଯୋଗ ବୈଠକ ନିଷ୍ପତ୍ତିକୁ କାୟମ ରଖିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି ।ନୀତିର ଯଥେଷ୍ଟ ପୂର୍ବରୁ ସଂପୃକ୍ତ ସେବାୟତ ମାନଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This year | Argus News