Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଶପଥ ନେଲେ ହଜାର ହଜାର ଜନତା

Odisha

ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଶପଥ ନେଲେ ହଜାର ହଜାର ଜନତା

Manini Pattanayak
Browse all articles by Manini Pattanayak
·2 years ago·2 min read
ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଶପଥ ନେଲେ ହଜାର ହଜାର ଜନତା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାମରା, ଚିପିଲିମା ଏବଂ ଲାରପଙ୍କ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଧର୍ମେନ୍ଦ୍ର । ବାମରା ବ୍ଲକ ମହୁଲପାଲି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଇ ଜନ ସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, କେନ୍ଦ୍ର ସରକାରଙ୍କ ଯୋଜନା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଷ୍ଟଲ ପରିଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଅନେକ ଲୋକ କଲ୍ୟାଣକାରୀ ଯୋଜନାର ଲାଭ ପାଇଥିବା ହିତାଧିକାରୀ ମାନେ ସେମାନଙ୍କ ଅନୁଭୂତି ପରିପ୍ରକାଶ କରିଛନ୍ତି ।  ଏହି ଅବସରରେ  ବିକଶିତ ଭାରତ ଗଠନ ପାଇଁ ଲୋକଙ୍କୁ ଶପଥ ପାଠ କରାଇଲେ କେନ୍ଦ୍ରମନ୍ତ୍ରୀ । 2047 ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା ପାଇଁ ଶପଥ ନେଲେ ହଜାର ହଜାର ଜନତା । 

ଏଭଳି କାର୍ଯ୍ୟକ୍ରମ ଭବିଷ୍ୟତକୁ ସଂକେତ ଦେଉଛି । ଦେଶରେ ବିକାଶ ଏବଂ ଗିରବ କଲ୍ୟାଣ ଜାରି ରହିବା ପାଇଁ ନରେନ୍ଦ୍ର ମୋଦିଙ୍କ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ । ଦେଶ ଅଗ୍ରଣୀ ଏବଂ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି । ଦେଶ ସ୍ଵାଧୀନତା ହେବାର ଦଶନ୍ଧି ଦଶନ୍ଧି ପରେ ବି ଅନେକ ନୌଳିକ ସୁବିଧାରୁ ବଂଚିତ ହେଉଥିଲେ । ଦେଶ ଏବଂ ରାଜ୍ୟରେ ଅନେକ ସରକାର ଥିଲେ । କିନ୍ତୁ ମୋଦି ସରକାର ଆସିବା ପରେ ପକ୍କା ଘରେ, ସ୍ଵଚ୍ଛ ଇନ୍ଧନ, ନିଜ ଘରେ ସ୍ଵଚ୍ଛ ପିଇବା ପାଣି ଭଳି ବିଭିନ୍ନ ସୁବିଧା ଲୋକ ପାଇଛନ୍ତି । 2 କୋଟି ଲକ୍ଷପତି ଦିଦି ବନାଇବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସିକିଲସେଲ ପାଇଁ ସ୍ଥାୟୀ ଚିକିତ୍ସା କଥା ପୂର୍ବରୁ କୌଣସି ସରକାର ଚିନ୍ତା କରିନଥିଲେ । ଏବେ ନରେନ୍ଦ୍ର ମୋଦି ସିକିଲ ସେଲ ଟେଷ୍ଟ କରିବାର ବ୍ୟବସ୍ଥା କରିଛନ୍ତି । 

ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳୁଛି । ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି । ବିଜୁ କାର୍ଡ ଲଗାଇବେ ବୋଲି ରାଜ୍ୟ ସରକାର କହୁଛନ୍ତି । ସିଏଚସିରେ ବିଜୁ କାର୍ଡର ସୁବିଧା ମିଳୁଛି କି ? କେବଳ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ମୋଦି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇପରେ ପିଇବା ପାଣି ଯୋଗାଇବା ପାଇଁ ପଠାଇଛନ୍ତି । କିନ୍ତୁ ପଇସା ଆସିବା ସତ୍ତ୍ୱେ ଗାଁକୁ ପାଣି ଆସୁନି । ପଇସା ଠିକାଦାର ପକେଟକୁ ଗଲା । ଏହା କଣ ରୂପାନ୍ତରଣ । କହିଲେ ଲୋକ କହୁଛନ୍ତି ମୁଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ପଡ଼ିବ । ମାଗଣାରେ ଚାଉଳ ଦେଉଛନ୍ତି ମୋଦି । 3 କୋଟି 25 ଲକ୍ଷ ଲୋକଙ୍କୁ ବିନା ପଇସାରେ ଚାଉଳ ଦେଉଛନ୍ତି ମୋଦି ସରକାର ।  ରାଜ୍ୟ ସରକାର କହୁଛନ୍ତି ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେଉଛନ୍ତି । ପର ଘର ତିଅଣରେ କୁଣିଆ ଚର୍ଚ୍ଚା କରୁଛି ରାଜ୍ୟ ସରକାର । ମୋଦି ସରକାର ପକ୍କା ଘର ପଠାଉଛନ୍ତି । କିନ୍ତୁ ସିଏଜି ରିପୋର୍ଟ କହୁଛି ରାଜ୍ୟ ସରକାର 6 ଲକ୍ଷ ପକ୍କା ଘର ରାଜ୍ୟ ସରକାର ଫେରାଇ ଦେଲେ । 24 ବର୍ଷ ରହିଲା ପରେ ବି ଓବିସି ମାନଙ୍କୁ ସାମ୍ବିଧାନିକ ଅଧିକାର ଦେଉନାହାନ୍ତି ରାଜ୍ୟ ସରକାର । ଦୟା ନୁହେଁ, 27 ପ୍ରତିଶତ ସଂରକ୍ଷଣ ଅଧିକାର ମିଳିବା ଦରକାର । ଉଚ୍ଚ ଜାତିର ଗରିବ ଲୋକଙ୍କ ପାଇଁ 10 ପ୍ରତିଶତ ଗ୍ୟାରେଣ୍ଟି ମୋଦି ସରକାର ଦେଇଗ୍ନତି । କିନ୍ତୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ଲାଗୁ କଲେ ମୋଦିଙ୍କ ଡବଲ ଇଞ୍ଜିନ ଲାଗିଯିବ ବୋଲି ଡରୁଛନ୍ତି ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

Sponsored
Thousands of people took oath to make India a developed country | Argus News