Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜାଙ୍କୁ ଭୋଟ୍ ନଦେଲେ ସବୁ ସୁବିଧା ବନ୍ଦ !

Smruti Parija
Browse all articles by Smruti Parija
·2 years ago·1 min read
ରାଜାଙ୍କୁ ଭୋଟ୍ ନଦେଲେ ସବୁ ସୁବିଧା ବନ୍ଦ !

Key Points

  • ମୁଁ ରାଜା ସ୍ୱାଇଁ କ୍ୱାର୍ଟରରୁ କହୁଛି
  • bsky card ପାଇଛନ୍ତି ?
  • ରାସନ କାର୍ଡ ପାଇଛନ୍ତି ?
  • ଏଥର ଭୋଟ୍ ରାଜା ସ୍ୱାଇଁଙ୍କୁ ଦେବେ
  • ନହେଲେ ଆପଣଙ୍କ କାର୍ଡ ସବୁ କଟିଯିବ
  • ଯେଉଁ ସୁବିଧା ପାଉଛନ୍ତି ସେ ସୁବିଧା ଆଉ ପାଇବେନି
     

ଆଠଗଡ:  '୯୦୪୦୧୧୬୧୭୭' ନମ୍ବରରୁ ଆଠଗଡ଼ ଅଞ୍ଚଳର ବିଭିନ୍ନ ଲୋକଙ୍କ ପାଖକୁ ଆସୁଛି କଲ୍ । ସବୁ ସୁବିଧା ପାଉଛନ୍ତି କି ନାହିଁ ପଚାରିବା ପରେ ଚଳିତ ନିର୍ବାଚନରେ ରାଜା ସ୍ବାଇଁଙ୍କୁ ଭୋଟ ଦେବେ ବୋଲି ସିଧାସଳଖ  କହୁଛନ୍ତି ଫୋନରେ କହୁଥିବା ବ୍ୟକ୍ତି ଜଣଙ୍କ ।

ତେବେ ବାରମ୍ବାର ପଚାରିଲେ ସେ କହୁଛନ୍ତି ଯେ ଆମେ ରାଜା ସ୍ୱାଇଁଙ୍କ ଅଫିସରୁ କହୁଛୁ । ରାଜା ସ୍ବାଇଁ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ କିଏ କୋଉ ଯୋଜନା ପାଇଛି ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଥିବାବେଳେ ସେ ସମସ୍ତ ତଥ୍ୟର ପାଇଥିବା ହିତାଧିକାରୀମାନଙ୍କୁ ଲୋକ ଲଗାଇ ଫୋନ କରି ରାଜା ସ୍ବାଇଁଙ୍କୁ ଭୋଟ ଦେବାକୁ କହୁଛନ୍ତି । ନଚେତ ପାଇଥିବା ଯୋଜନା ଗୁଡିକ କାଟି ଦିଆଯିବ ବୋଲି କହୁଛନ୍ତି । 

ତେବେ ଏଭଳି ଫୋନ କଲ୍ କରି ରାଜା ସ୍ବାଇଁ କ'ଣ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି । ଏହା କ'ଣ ଏକ ପ୍ରକାରର ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ନୁହେଁ କି ? ତେବେ ଏଥିପ୍ରତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଦୃଷ୍ଟି ଦେବାକୁ ଫୋନ କଲ୍ ଆସିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
threatening-call-to-give-vote-for-raja-swain- | Argus News