Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ମାଡ ଘଟଣା; ୩ ଜଣ ଅଭିଯୁକ୍ତ ଗିରଫ

Smruti Parija
Browse all articles by Smruti Parija
·1 year ago·1 min read
ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ମାଡ ଘଟଣା;  ୩ ଜଣ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ମାଡ ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥି ସହିତ ମହିଳାଙ୍କ ଉପରେ ବର୍ବୋରଚିତ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଗ୍ରାମରେ କଙ୍ଗାରୁ କୋର୍ଟ, ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ ଗ୍ରାମବାସୀ । ଗୁରୁତର ଅବସ୍ଥାରେ ଅଙ୍ଗନୱାଡି କର୍ମୀ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । 

ସୂଚନା ଅନୁଯାୟୀ ମହାପଦା ଗ୍ରାମର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ଗତ 19 ତାରିଖରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା କରୁଥିବାବେଳେ କିଛି ଗ୍ରାମବାସୀ କେନ୍ଦ୍ର ଭିତରେ ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଉର୍ମିଳା ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀମାନେ ନିକଟରେ ଥିବା ଏକ ଗଛରେ ଉର୍ମିଳାଙ୍କୁ ବାନ୍ଧି ନିସ୍ତୁକ ପିଟି ଥିଲେ । ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରିଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
three-accused-arrested-in-anganwadi-worker-beaten-case | Argus News