Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

Odisha

ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

Ritu Das
Browse all articles by Ritu Das
·1 year ago·2 min read
ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ

ଅର୍ଗସ ବ୍ୟୁରୋ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ପଟିଦିଅଁଙ୍କ ଠାରୁ ଆସି ରଥଖଳାରେ ବିଜେ ହେଲା ଆଜ୍ଞାମାଳ। 

ତେବେ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ଆସିବ ତିନି ରଥ। ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ତାଳଧ୍ବଜ ରଥ ସିଂହଦ୍ବାର ସମ୍ମୁଖକୁ ଆସିବ।

ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା। ୫ ଦଶନ୍ଧି ପରେ ପଡ଼ିଛି ବିରଳ ସଂଯୋଗ । ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି । ତେବେ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ଗୋଟାଏ ୧୦ ମିନିଟ୍ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ରୁ ୫ଟା ଭିତରେ ଆରମ୍ଭ ହେବ ରଥଟଣା । ସେଦିନ ସୂର୍ଯ୍ୟାସ୍ତ ପରେ ବଡ଼ଦାଣ୍ଡରେ ଅଟକିବ ୩ ରଥ । ସୋମବାର ଅବକାଶ ନୀତି ପରେ ପୁଣି ଗଡ଼ିବ ଗୁଣ୍ଡିଚା ମନ୍ଦିର ଅଭିମୁଖେ । ସେପଟେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଆତୁର ହେଲେଣି କାଳିଆ ସାଆନ୍ତ । ଆଜି ବିଳମ୍ବିତ ରାତିରେ ହେବ ଶ୍ରୀମୁଖ ଶୃଙ୍ଗାର... ବନକଲାଗି ନୀତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଭଳି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବି ଏକ ପ୍ରମୁଖ ଦିଗ । ଏଥିପାଇଁ ଆଜି ପୋଲିସ ଲାଇନ ପଡ଼ିଆରେ ରଥ ଟଣାର ମକ୍ ଡ୍ରିଲ କରିଛନ୍ତି ଯବାନ । ଦଉଡ଼ିରେ ଜିପ୍‌କୁ ଟଣାଯାଇଥିଲା ପୂର୍ବାଭ୍ୟାସ ପାଇଁ । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ୧୮୦ ପ୍ଲାଟୁନ ଫୋର୍ସର ସୁରକ୍ଷା ବ୍ଲାଙ୍କେଟ୍ ଏବଂ AI ଟେକ୍ନୋଲୋଜି ବିଶିଷ୍ଟ ସିସିଟିଭି କ୍ୟାମେରା ନଜରରେ ରହିବ ଶ୍ରୀକ୍ଷେତ୍ର । ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଡାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ତିନି ଠାକୁରଙ୍କ ତିନି କର୍ଡନ ଦାୟିତ୍ବରେ ମୁତୟନ ହେବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ CRPF ଓ ୮ଟି SOG ଟିମ୍ । ଦୁଇ ଅତିରିକ୍ତ ଡିଜିଙ୍କ ସହ କମାଣ୍ଡାଟ ଓ ଡିଆଇଜି ରାଙ୍କର ଅଧିକାରୀ ନିୟୋଜିତ ରହିବେ । ଆସନ୍ତାକାଲି ରାତିରୁ ଟ୍ରାଫିକ କଟକଣା ଲାଗୁହେବ । ସିସିଟିଭି କ୍ୟାମେରା ବ୍ଲାଇଣ୍ଡ ସ୍ପଟ୍ ଗୁଡ଼ିକ ଉପରେ ନଜର ରଖିବ ଡ୍ରୋନ୍ । ଏଥିସହ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ରଥଯାତ୍ରା-୨୦୨୪ ମୋବାଇଲ୍ ଆପ୍ ଏବଂ ଟ୍ରାଫିକ ରୁଟ୍ ସୂଚନା ପାଇଁ QR କୋଡ୍ ଭଳି ଆଧୁନିକ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର  
 

Sponsored
Three chariots | Argus News