Videos
|
Odisha

ତିନି କୋଇଲା ବୋଝେଇ ଟ୍ରକ ଜବତ ସହ ଡ୍ରାଇଭରଙ୍କୁ କୋର୍ଟଚାଲାଣ

Ritu Das
Browse all articles by Ritu Das
·2 years ago
ତିନି କୋଇଲା ବୋଝେଇ ଟ୍ରକ ଜବତ ସହ ଡ୍ରାଇଭରଙ୍କୁ କୋର୍ଟଚାଲାଣ

ଅର୍ଗସ ବ୍ୟୁରୋ: ଭୁବନ ଥାନା ଅନ୍ତର୍ଗତ ଭୁବନ-ଢେଙ୍କାନାଳ ପୂର୍ତ୍ତବିଭାଗ ରାସ୍ତା ଦେଇ ଯାଉଥିବା ୩ଟି କୋଇଲା ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ।  ସ୍ଥାନୀୟ ରଗଡ଼ି ଛକ ନିକଟରେ ପୋଲିସ ପାଟ୍ରୋଲିଂ ସମୟରେ ରଙ୍ଗ ରୁଟରେ ଏହି ଟ୍ରକ ତିନୋଟି ଯାଉଥିବାରୁ ତଦନ୍ତ କରିଥିଲା ପୋଲିସ। 

ତେବେ କୋଇଲା ବୋଝେଇର ଉପଯୁକ୍ତ ଚାଲାଣ ଡ୍ରାଇଭର ଦେଖାଇ ନଥିବା ଓ ରଙ୍ଗରୁଟରେ ଯିବା କାରଣରୁ ତିନ ଡ୍ରାଇଭରଙ୍କୁ କୋର୍ଟଚାଲାଣ କରାଯାଇଛି। ତିନୋଟି ଟ୍ରକ୍ ଡ଼ୁବୁରୀ ଅଞ୍ଚଳରୁ କୋଇଲା ବୋଝେଇ କରି ଭୁବନ ଦେଇ ଢେଙ୍କାନାଳ ଯାଉଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: