ଗାଧୋଇବାବେଳେ ଭାସିଗଲେ କକା-ପୁତୁରା
·2 years ago

ସୁନ୍ଦରଗଡ଼: ଭୋଡି ହେଲା କାଳ । ଭୋଜିକରିବାକୁ ଯାଇ ପାଣିରେ ଭସିଗଲେ ୩ ଯୁବକ । ଜଣେ ଯୁବଙ୍କ ସହ ଦୁଇ ନାବାଳକ ଭାସିଯାଇଥିବା ସୂଚନା ରହିଛି ।
ସୁନ୍ଦରଗଡ଼ ସଦର ଥାନା ସାମନା ଘାଟ ନିକଟରେ ଭୋଜି କରୁଥିଲେ 3 ଜଣ । ତେବେ ଇବ ନଦୀରେ ଗାଧୋଇବା ସମୟରେ ଭାସିଯାଇଥିବା ସୂଚନା ମିଳିଛି । ସମସ୍ତେ ସୁନ୍ଦରଗଡ଼ ବ୍ରାହ୍ମଣ ପଡ଼ାର ବୋଲି ସୂଚନା ମିଳିଛି ।
ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛନ୍ତି ଅଗ୍ନିଶମ ବାହିନୀ । ଗତକାଲି(ଶନିବାର) ବିଳମ୍ବିତ ରାତି ହେବାରୁ ଖୋଜାଖୋଜି ବନ୍ଦ ରହିଥିଲା । ଆଜି ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର ହୋଇଥିବା ଦୁଇ ଜଣ କକା ପୁତୁରା ହୋଇଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: