Coronavirus Update / ବ୍ରହ୍ମପୁର ପରେ ଗଞ୍ଜାମରେ କୋଭିଡ୍ ଏଣ୍ଟ୍ରି: ୩ କରୋନା ପଜିଟିଭ୍
·1 hour ago·2 min read

Key Points
ବ୍ରହ୍ମପୁର ପରେ ଗଞ୍ଜାମରେ ୩ କୋଭିଡ୍ ପଜିଟିଭ୍ ।
ଗଞ୍ଜାମରେ ପୁଣି କୋଭିଡ୍ ଏଣ୍ଟ୍ରି ।
MKCG ପରେ ଗଞ୍ଜାମରେ ୩ ଆକ୍ରାନ୍ତ ।
ଭୟ ନୁହେଁ ସତର୍କ ରୁହନ୍ତୁ ।
ଗଞ୍ଜାମରେ ପୁଣି କୋଭିଡ୍ ଏଣ୍ଟ୍ରି ।
MKCG ପରେ ଗଞ୍ଜାମରେ ୩ ଆକ୍ରାନ୍ତ ।
ଭୟ ନୁହେଁ ସତର୍କ ରୁହନ୍ତୁ ।
ବ୍ରହ୍ମପୁର ପରେ ଏବେ ଗଞ୍ଜାମରେ ୩ ଜଣଙ୍କୁ କୋଭିଡ ପଜିଟିଭ ! ଗଞ୍ଜାମରେ ପୁଣି କୋଭିଡ୍ର ଉପସ୍ଥିତି ଚର୍ଚ୍ଚାରେ । ଜିଲ୍ଲାରେ ୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିବା ପରେ ସାଧାରଣ ଲୋକଙ୍କ ମନରେ କିଛିଟା ଚିନ୍ତା ସୃଷ୍ଟି ହୋଇଛି ।
ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ତାଙ୍କ କହିବା ଅନୁଯାୟୀ, ଦୁଇ ଜଣ ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ସୁସ୍ଥ ହେଉଛନ୍ତି ଓ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ରାଜ୍ୟରେ ବର୍ତ୍ତମାନ କୋଭିଡ୍ର କୌଣସି ଗୁରୁତର ପରିସ୍ଥିତି ନଥିବା ସହ ଏହା ଏବେ ସାଧାରଣ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣରେ ସୀମିତ ରହୁଛି ବୋଲି ସେ କହିଛନ୍ତି । ତେଣୁ ଅଫବାହରେ କାନ ନଦେଇ ସତର୍କ ରହିବା, ଆବଶ୍ୟକ ହେଲେ ପରୀକ୍ଷା କରାଇବା ଓ ସ୍ୱାସ୍ଥ୍ୟବିଧି ମାନିବା ହିଁ ସବୁଠାରୁ ବଡ଼ ସୁରକ୍ଷା । ଭୟ ନୁହେଁ, ସଚେତନତା ହେଉଛି କୋଭିଡ୍କୁ ମୁକାବିଲା କରିବାର ସର୍ବୋତ୍ତମ ଉପାୟ ।
ଏହାସହ ପଢ଼ନ୍ତୁ: ଓଡ଼ିଶାକୁ ପୁଣି ଫେରିଲା COVID, MKCGରେ କରୋନା ରୋଗୀ ଚିହ୍ନଟ
ବ୍ରହ୍ମପୁର ଏମକେସିଜିରେ କରୋନା ରୋଗୀ ଚିହ୍ନଟ । ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି)ରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ ମହିଳାଙ୍କ ଠାରେ କରୋନା ସଂକ୍ରମଣ ଥିବା ନିଶ୍ଚିତ ହେବା ପରେ ତାଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ଡାକ୍ତରମାନଙ୍କ ନଜରଦାରିରେ ତାଙ୍କର ଚିକିତ୍ସା ଜାରି ରହିଛି ।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତାଙ୍କ ଠାରେ କୌଣସି ଗୁରୁତର ଲକ୍ଷଣ ଦେଖାଯାଇନଥିବାରୁ ଚିକିତ୍ସକମାନେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ଏହି ଘଟଣାକୁ ନେଇ ଏମକେସିଜି ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ପ୍ରକାର ସତର୍କତା ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୋଗୀଙ୍କ ଚିକିତ୍ସା ନିୟମ ଅନୁସାରେ ଚାଲିଛି ।
ବ୍ରହ୍ମପୁର ବଡ଼ ମେଡିକାଲରେ କରୋନା ରୋଗୀ ଚିହ୍ନଟ ହୋଇଥିବା ଘଟଣାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ୱୀକାର କରିଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ସଚେତନ ରହିବାକୁ ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ନିୟମିତ ହାତ ଧୋଇବା, ଭିଡ଼ ସ୍ଥାନରେ ସତର୍କ ରହିବା ଓ ଅସୁସ୍ଥ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories