Videos
|
Odisha

ମୁଖ କର୍କଟ, ତମାଖୁ ମୁକ୍ତ ଭବିଷ୍ୟତ ଗଠନ ପାଇଁ ବିଶ୍ୱସ୍ତରୀୟ ଆଲୋଚନା

Smruti Parija
Browse all articles by Smruti Parija
·2 years ago·1 min read
ମୁଖ କର୍କଟ, ତମାଖୁ ମୁକ୍ତ ଭବିଷ୍ୟତ ଗଠନ ପାଇଁ ବିଶ୍ୱସ୍ତରୀୟ ଆଲୋଚନା

କଟକ:  କଟକ ଏସସିବି ମେଡିକାଲର ଓରାଲ ମେଡିସିନ ଓ ରେଡ଼ିଓଲୋଜି,  ଡେଣ୍ଟାଲ ବିଭାଗରେ ମିଳିତ ସହଯୋଗରେ ଆସନ୍ତା ୮,୯ ଓ ୧୦ ତିନିଦିନ ବ୍ୟାପୀ  ମେଡିକାଲ କଲେଜ ଏବଂ ହସ୍ପିଟାଲର ୨୧ ତମ ନେସନାଲ ଟ୍ରିପଲ ସିମ୍ପୋଜିଅମ୍ ସମ୍ମିଳନୀ ଅନୁଷ୍ଠିତ ହେବ । ତେବେ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଓରାଲ ମେଡିସିନ ଓ ରେଡିଓଲୋଜି, ଓରାଲ ପଥୋଲଜି ଏବଂ ଓରାଲ୍ ସର୍ଜରୀ କ୍ଷେତ୍ରରେ ଏକ ନୂତନ ଓ ଉଚ୍ଚତମ ଦିଗକୁ ପ୍ରେରିତ କରିପାରିବ ।  

ଯାହା ଭବିଷ୍ୟତରେ ମୁଖ କର୍କଟ ତଥା ତମାଖୁ ମୁକ୍ତ ଭାରତ ବର୍ଷ ଗଢିବାରେ ସହାୟକ ହେବ । ଏହି ମୁଖ୍ୟ ଟ୍ରିପଲ ସମ୍ମିଳନୀରେ ଅନେକ ପାଠ୍ୟକ୍ରମର ଆୟୋଜନ କରାଯାଇଛି ।  ପ୍ରତ୍ୟେକ ଦିନ ମୁଖ କର୍କଟ, ତମାଖୁ ମୁକ୍ତ ଭବିଷ୍ୟତ ଗଠନରେ ବିଶ୍ବସ୍ତରୀୟ ନିଷ୍ପତି ଭଳି ଗଭୀର ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ । 

ଏହି ସମ୍ମିଳନୀରେ ହଜାରରୁ ଉର୍ଦ୍ଧ୍ୱ ଦେଶ ବିଦେଶରୁ ବିଶେଷଜ୍ଞ ଯୋଗ ଦେବେ ।  ଯାହା ତାଙ୍କର ଅଭିଜ୍ଞତାକୁ ଡାକ୍ତରୀ ଛାତ୍ରଛାତ୍ରୀ ଓ ସମାଜ  ନିକଟରେ ପହଞ୍ଚାଇ ପାରିବ । ଅଧିକନ୍ତୁ ଅଂଶଗ୍ରହଣକାରୀମାନେ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଶୈଳୀରେ ଅନୁଧ୍ୟାନ କରିପାରିବେ ଯେପରିକି CBCT, 3D ପେଣ୍ଟିଂ, ମାକ୍ସିଲୋଫେସିଆଲ କ୍ଷେତ୍ରରେ ଲେଜର ସର୍ଜରୀ ଏବଂ ଗାଇଡ୍ ଇମ୍ପାଲାଣ୍ଟସର୍ଜରୀ ତଥା ଆଧୁନିକ ଦନ୍ତ ଚିକିତ୍ସାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ମଧ୍ୟ ଏହି ସମ୍ମିଳନୀରେ ରହିବ ।

ଅଂଶ୍ରହଣକାରୀଙ୍କ ମୂଲ୍ୟବାନ ଜ୍ଞାନ ହାସଲ ତଥା ଚିକିତ୍ସା ପୂର୍ବରୁ ଦକ୍ଷତା ବୃଦ୍ଧି କରିବା ଏବଂ ଏକ ସୁସ୍ଥ,ସୂଚନା ବିଶିଷ୍ଟ ଦନ୍ତ ସମାଜ ସୃଷ୍ଟି କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

three-day-meeting-to-be-held-in-oral-cancer-at-scb-medical-cuttack | Argus News