Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁଇ ପୃଥକ ଦୁର୍ଘଟଣା; ଠିଆ ହୋଇଥିବା ଟ୍ରକ୍ କୁ ପିଟି 3 ମୃତ

Odisha

ଦୁଇ ପୃଥକ ଦୁର୍ଘଟଣା; ଠିଆ ହୋଇଥିବା ଟ୍ରକ୍ କୁ ପିଟି 3 ମୃତ

Smruti Parija
Browse all articles by Smruti Parija
·2 years ago·2 min read
ଦୁଇ ପୃଥକ ଦୁର୍ଘଟଣା; ଠିଆ ହୋଇଥିବା ଟ୍ରକ୍ କୁ ପିଟି 3 ମୃତ

କଟକ/ଖୋର୍ଦ୍ଧା: ପ୍ରତିଦିନ ଦୁର୍ଘଟଣା । କିଏ ଦ୍ରୁତ ଗତିରେ ଗାଡି ଚଲାଇ ମୃତ୍ୟୁକୁ ନିମନ୍ତ୍ରଣ ଦେଉଛି ତ କିଏ ନିୟମ ଉଲ୍ଲଙ୍ଘନ କରି । ବଡ ବଡ ଟ୍ରକ ଗୁଡିକ ଜନଗହଳିପୂର୍ଣ୍ଣ ରାସ୍ତାରେ ମଧ୍ୟ ଦ୍ରୁତ ଗତିରେ ଚଲାଉଛନ୍ତି । ଫଳରେ ସ୍ଥିତି ଏମିତି ହେଲାଣି ଲୋକେ ଗାଡି ଚଲାଇବାକୁ ବି ଡରିଲେଣି । 

କଟକ ସିଡିଏ ସେକ୍ଟର ୧୧ ରୁ ନୂଆ ପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ଭୋରୁ ଭୋରୁ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ବ୍ରିଜ ଉପରେ ଠିଆ ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଇଛି ବାଇକ୍ । ଫଳରେ ବାଇକରେ ବସିଥିବା ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଯୁବକମାନଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକର ପଛକୁ ପିଟିଛି ଷ୍ଟିଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା ଷ୍ଟିଲ୍ ବୋଝେଇ ଟ୍ରକର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଇଲା ବୋଝେଇ ଟ୍ରକ ଟି ରାସ୍ତା କଡରେ ଛିଡ଼ା ହୋଇଥିବା ସମୟରେ ଦୁର୍ଗାପୁରରୁ ଚେନ୍ନାଇ ଅଭିମୁଖେ ଷ୍ଟିଲ୍ ନେଇ ଯାଉଥିବା ଟ୍ରକଟି ପଛରୁ ପିଟି ହୋଇଥିଲା । ଘଟଣାସ୍ଥଳରୁ କୋଇଲା ବୋଝେଇ ଟ୍ରକ ଫେରାର୍ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଏବଂ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକରୁ ମୃତ ବ୍ୟକ୍ତିକୁ ଉଦ୍ଧାର କରି ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ବାଲୁଗାଁ ପୋଲିସ । ମୃତକ ଜଣକ ତାମିଲନାଡୁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
three-died-in-two-different-severe-accident- | Argus News