Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିମିଳିପାଳ ଅଭୟାରଣ୍ୟରୁ ୩ଶିକାରୀ ଗିରଫ

Smruti Parija
Browse all articles by Smruti Parija
·1 year ago·1 min read
ଶିମିଳିପାଳ ଅଭୟାରଣ୍ୟରୁ ୩ଶିକାରୀ ଗିରଫ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ କୋର ଅଂଚଳରେ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ବନକର୍ମଚାରୀମାନେ ମିଳିତ ପେଟ୍ରୋଲିଂ ସମୟରେ ୩ ଶିକାରୀକୁ ଧରିଛନ୍ତି । ସେମାନେ ହେଲେ ମହୁଲଡିହା ଥାନା ଅନ୍ତର୍ଗତ ମନଡାଳଝରି ଗ୍ରାମର ସୁଦର୍ଶନ ପୂର୍ତ୍ତି(୩୬) ଓ ଦୁର୍ଯ୍ୟୋଧନ ପୂର୍ତ୍ତି (୫୨), ଚିରୁପୋଡା ଗ୍ରାମର ଶ୍ରୀକୃଷ୍ଣ ସୁଣ୍ଡି(୨୫) । 

ଶିମିଳିପାଳ ଅଭୟାରଣ୍ୟରେ ସୁରକ୍ଷା ନିମନ୍ତେ ନିୟୋଜିତ ଏସଟିପିଏଫ ଓ ବନ କର୍ମଚାରୀମାନଙ୍କ ଦ୍ଵାରା ମିଳିତ ପେଟ୍ରୋଲିଂ ଜାରି ଥିବାବେଳେ ଶିକାରୀ କୋର୍ ଅଞ୍ଚଳରେ ପ୍ରବେଶ ନେଇ ଖବର ମିଳିଥିଲା । ଏହାକୁ ନେଇ ଶିକାରୀ ଗତିବିଧିକୁ ଲକ୍ଷ୍ୟ କରି ଧନୁ ଓ ତୀର ନେଇ ଶିକାର ଉଦ୍ଦେଶ୍ୟ କୋର ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଠାକୁରମୁଣ୍ଡା ବନଖଣ୍ଡ ରେଞ୍ଜ ଅଞ୍ଚଳରୁ ଜଣକୁ ଧରିଥିଲେ । 

ଏହାପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଓ କରଞ୍ଜିଆ ବନଖଣ୍ଡ କର୍ମଚାରୀ ମାନଙ୍କ ଦ୍ଵାରା ପଚରା ଉଚରା କରି ଅନ୍ୟ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା।ସେମାନଙ୍କ ପାଖରୁ ଶିକାର ନିମନ୍ତେ ବ୍ୟବହୃତ ୮ଟି ଧନୁ, ୫ଟି ତୀର ଓ ୨ଟି ସମ୍ବର ସିଙ୍ଗ ଜବତ କରାଯାଇଛି। ଏନେଇ ବନବିଭାଗ ପକ୍ଷରୁ ମାମଲା ରୁଜୁ କରି ତିନି ଜଣକୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
three-hunter-arrested-in-similipal | Argus News