|
logo
Live

Argus News - ବାରଙ୍ଗ ଡିଆନ ଆପାର୍ଟମେଣ୍ଟ କ୍ୟାମ୍ପସରେ ଅଘଟଣ

Odisha

ବାରଙ୍ଗ ଡିଆନ ଆପାର୍ଟମେଣ୍ଟ କ୍ୟାମ୍ପସରେ ଅଘଟଣ

Smruti Parija
Browse all articles by Smruti Parija
·1 year ago·2 min read
ବାରଙ୍ଗ ଡିଆନ ଆପାର୍ଟମେଣ୍ଟ କ୍ୟାମ୍ପସରେ ଅଘଟଣ

କଟକ: କଟକ ଜିଲ୍ଲା ବାରଙ୍ଗ ଡିଆନ ଆପାର୍ଟମେଣ୍ଟ କ୍ୟାମ୍ପସରେ ଅଘଟଣ । ପାଇଖାନା ଟାଙ୍କିରେ ଫସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଫସିଯାଇଥିଲେ ଶ୍ରମିକ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର ମୃତ ଶ୍ରମିକଙ୍କୁ ଉଦ୍ଧାର କରିଛି । 

ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ୍ ଖୋଲିବାକୁ ଯାଇ ଚାଲି ଗଲା ତିନି ତିନିଟି ଜୀବନ । କଟକ ତ୍ରିଶୂଳିଆ ନରଣପୁରରେ ଥିବା ଏକ ଆପର୍ଟମେଣ୍ଟର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଶ୍ରମିକ ମୃତ ।  ସକାଳ 11 ଟା ରୁ ସାଢେ 11 ଟା ରେ ଜଣେ ଶ୍ରମିକ ନିର୍ମାଣଧୀନ ନୂଆ ପାଇଖାନା ଟାଙ୍କିରୁ ସେଣ୍ଟ୍ରିଙ୍ଗ୍ ଖୋଲିବା ପାଇଁ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ । କିଛି ସମୟ ପରେ ସେ ଶ୍ରମିକ ଜଣକ ଅଚେତ ହେବା ପୂର୍ବରୁ ତାଙ୍କ ସାଥି ଶ୍ରମିକକୁ ଉଦ୍ଧାର ପାଇଁ ଡାକିଥିଲେ । ସାଥି ଶ୍ରମିକ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ସେ ବି ଅଚେତ ହୋଇ ପଡ଼ିଥିଲେ । ଏହି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯାଇ ଆଉ ଜଣେ ଶ୍ରମିକ ମଧ୍ୟ ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ପଡ଼ିଥିଲେ ।

ତେବେ ଖବର ପାଇ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଏସସିବି ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକମାନେ ପଶ୍ଚିମବଙ୍ଗ ନଦୀୟା ଅଂଚଳର ବୋଲି ଜଣାପଡିଛି । ଆବୁ ତାହୀର, ଦିନେଶ ସରକାର 2 ଜଣ ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣକ ର ପରିଚୟ ମିଳିପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଟାଙ୍କି ଟି ବହୁତ ଗଭୀର ଥିଲା ଏବଂ ମୃତ୍ୟୁବରଣ କରିଥିବା ଶ୍ରମିକ ମାନେ କୌଣସି ସୁରକ୍ଷା ଉପକରଣ ପିନ୍ଧି ନଥିଲେ । ଯେଉଁ ଠିକା ସଂସ୍ଥା ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିଥିଲା ତାଙ୍କୁ ଡାକି ପୋଲିସ ପଚରା ଉଚାର କରାଯିବ । ତଦନ୍ତ ପରେ ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

ଆହୁରି ପଢନ୍ତୁ ଓଡିଶା ଖବର...
 
 

Sponsored
ବାରଙ୍ଗ ଡିଆନ ଆପାର୍ଟମେଣ୍ଟ କ୍ୟାମ୍ପସରେ ଅଘଟଣ | Argus News