Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମିତି ବି ଆସେ ମୃତ୍ୟୁ...

Smruti Parija
Browse all articles by Smruti Parija
·2 years ago·1 min read
ଏମିତି ବି ଆସେ ମୃତ୍ୟୁ...

କେନ୍ଦୁଝର: କେନ୍ଦୁଝର ଘଟଗାଁ ଥାନା ପିପିଳିଆ ଛକ ନିକଟରେ ରଡ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁବରଣ କରିଥିବାବେଳେ ଖବର ପାଇ ଗାଁରେ ଦାଦା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ । 

ଏତିକି ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ସ୍ଥାନୀୟ ଲୋକେ । 

ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃଦଘାତରେ ସେହିଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH - 20 କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
three-people-died-of-one-family-at-kendrapada | Argus News