Videos
|
Odisha

ରାଜ୍ୟବାସୀଙ୍କୁ ମୋଦି ସରକାରଙ୍କ ତିନି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟବାସୀଙ୍କୁ ମୋଦି ସରକାରଙ୍କ ତିନି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି

ଅର୍ଗସ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟବାସୀଙ୍କୁ ମୋଦି ସରକାରଙ୍କ ତିନି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି । ବ୍ରହ୍ମପୁରରୁ ଟାଟାନଗର, ରାଉରକେଲାରୁ-ହାୱଡ଼ା ଓ ରାୟପୁର-ବିଶାଖାପାଟଣା ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଝାଡ଼ଖଣ୍ଡରୁ ଗ୍ରୀନ୍ ସିଗନାଲ୍ ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ବାହାରି ଚକ୍ରଧରପୁର, ଟାଟାନଗର ଖଡ଼ଗପୁର, ହୋଇ ହାୱଡାରେ ପହଞ୍ଚିବ । ମାତ୍ର 4ରୁ 5 ଘଣ୍ଟାରେ ଶେଷ ହେବ ଏହି ଯାତ୍ରା । ରାୟପୁର-ବିଶାଖାପାଟଣା ଏକ୍ସପ୍ରେସ୍ ବିଶାଖାପଟନମରୁ ବାହାରି ବିଜୟନଗରମ୍-ରାୟଗଡା-କେସିଙ୍ଗା-ଟିଟିଲାଗଡ-କଣ୍ଟାବାଞ୍ଜି-ଖରିଆରରୋଡ-ମହାସମୁନ୍ଦ-ବାଟ ଦେଇ ରାୟପୁରରେ ପହଞ୍ଚିବ । 

ସେହିଭଳି ବ୍ରହ୍ମପୁରରୁ ଟାଟାନଗର ଏକ୍ସପ୍ରେସ୍ ବ୍ରହ୍ମପୁରରୁ ଟ୍ରେନ୍ ବାହାରି ବାଲୁଗାଁ-ଖୋର୍ଦ୍ଧା ରୋଡ଼ ଭୁବନେଶ୍ବର କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବଂଶପାଲ, ଚାଇବସା ଦେଇ ଟାଟାନଗରରେ ପହଞ୍ଚିବ । ମାତ୍ର 8ରୁ 9 ଘଣ୍ଟାରେ 586 କିମି ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ସପ୍ତାହରେ 6 ଦିନ ଏହି ଟ୍ରେନ ଚାଲିବ। 

ଟାଟାନଗରରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନର ଶୁଭ ଉଦଘାଟନ କରିଛନ୍ତି । ବ୍ରହ୍ମପୁରରେ ଉଘାଟନ ସମାରୋହରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଗଞ୍ଜାମର ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Three Vande | Argus News